ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୬୩୫୦,ସୁସ୍ଥ ସଂଖ୍ୟା ୪୪୨୨ ପହଞ୍ଚିଲା ।

0 1,558

ଭୁବନେଶ୍ଵର,ତା-୨୭/୦୬(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୧୯୫ ମଧ୍ୟରୁ ୮୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣଙ୍କ ମୃତ୍ୟୁ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୭୭୧ ମଧ୍ୟରୁ ୪୯୯ ଜଣ ସୁସ୍ଥ ,୦୪ଜଣଙ୍କ ମୃତ୍ୟୁ ଓ ଅନ୍ଯ ମୃତ ସଂଖ୍ୟା ୦୨ ହୋଇଛି । ନୂତନ ଆକ୍ରାନ୍ତ ୧୭୦ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୪୯୯୦୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୬୩୫୦ ଚିହ୍ନଟ ହୋଇଛନ୍ତି । ୪୪୨୨ ଜଣ ସୁସ୍ଥ ହୋଇଥିବା ବେଳେ ୧୯୦୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୦୭ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧୭୦ଜଣଙ୍କ ମଧ୍ୟରୁ ୧୪୩ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୭ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.