ରାଜସ୍ୱ ନିରୀକ୍ଷକଙ୍କ ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ଧାରଣା ।

0 500

ପଦ୍ମପୁର,(ପିପିଟି)୧୬/୦୬, ହଠାତ ରାଜସ୍ୱ ନିରୀକ୍ଷକଙ୍କ ବଦଳୀ ଆଦେଶକୁ କେନ୍ଦ୍ରକରି ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଘନାମାଲ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏ ଅଞ୍ଚଳର ଶତାଧିକ ଚାଷୀକୂଳ ସମେତ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିକଟସ୍ଥ ମେଲଛାମୁଣ୍ଡା ଥାନାକୁ ଶାନ୍ତି ଶୃଙ୍ଖଳା କୁ ନଜରରେ ରଖି ଶାନ୍ତି ପୂର୍ଣ୍ଣଭାବେ ଧାରଣାରେ ବସିଛନ୍ତି । କାରଣ ଏହିକି  ଘନାମାଲ ରାଜସ୍ୱ ନିରିକ୍ଷକ ଭାବେ ଶ୍ରୀ ଟିକେଶ୍ୱର ମଲ୍ଲିକ ଯୋଗଦାନ କରିବା ପରେ ଏଠାରେ ଲୋକେ ଖୁସି ରେ ପ୍ରୟତଃ ସମସ୍ତ କାର୍ଯ୍ୟ ବିନା ଉତ୍କୋଚରେ ତୁଲାଇ ଆସୁଥିଲେ । ଶ୍ରୀ ମଲ୍ଲିକ ପରୋପକାରୀ ଦୟାଳୁ ତଥା ସଚ୍ଚୋଟ ବ୍ୟକ୍ତି ବିଶେଷ ଅଟନ୍ତି । ହେଲେ ଏ ଭଳି ଏକ ମହାନ ବ୍ୟକ୍ତିକୁ ହଠାତ ପୁରସ୍କାର ସ୍ୱରୂପ ବଦଳୀ ଆଦେଶର କଥା ଶୁଣିବାପରେ ଏଇ ଆର.ଆଇ.ସର୍କଲ ରେ ଯାଉଥିବା ସମସ୍ତ ଗ୍ରାମବାସୀ ଲିଖିତ ଭାବେ ବରଗଡ ଜିଲ୍ଲାପାଳ ,ପଦ୍ମପୁରରେ କାର୍ଯ୍ୟରତ ଉପଜିଲ୍ଲାପାଳ ତଥା ପଦ୍ମପୁର ତହସିଲଦାରଙ୍କୁ ରାଜସ୍ୱ ନିରୀକ୍ଷକଙ୍କ ବଦଳୀ ଆଦେଶକୁ ପ୍ରତ୍ୟାହାର ପାଇଁ ଗତ ତା- ୯.୬.୨୦୨୦ ରେ ଆକୁଳ ନିବେଦନ କରିଥିଲେ ହେଲେ କୌଣସି ପ୍ରକାରର ସୁଫଳ ନ ମିଳିବାରୁ ବାଧ୍ୟହୋଇ ଆଜି ସମସ୍ତେ ଧାରଣା ରେ ବସିବାକୁ ବାଧ୍ୟ ହୋଇଛନ୍ତି । ତୁରନ୍ତ ବଦଳୀ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ପଲସାପାଲି ଗ୍ରାମପଞ୍ଚାୟତ ସରପଞ୍ଚ ଝସକେତନ ମେହେର,ୱାର୍ଡ ମେମ୍ବର ଗହଳ ମହାନନ୍ଦ ,ଅଜୟ ସାହୁ ୱାର୍ଡ ମେମ୍ବର ସାରଙ୍ଗପୁର ,ସମାଜସେବୀ ନିଲାଚଳ ଦରୱାନ ଓ ଗାୟତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଘନାମାଲ,ମାହେଶ୍ୱରୀ ସ୍ୱୟଂସହାୟକ ଗୋଷ୍ଠୀ ଘନାମାଲର ସମସ୍ତ ସଦସ୍ୟା ପ୍ରମୁଖ ସରକାରଙ୍କୁ ଦାବି କରିଛନ୍ତି  ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.