ରଙ୍ଗେଇଲୁଣ୍ଡା ବ୍ଲକର ଭାବିନିପୁର ଠାରେ ମଣିଷ ବଦଳରେ ମେସିନ୍ କାର୍ଯ୍ୟ କରୁଛି !

0 1,367

ବ୍ରହ୍ମପୁର,୨୫/୧୨(ପିପିଟି); କରୋନା ମହାମାରୀ ସମୟରେ ଲୋକଙ୍କୁ ଗାଁ ରେ କାର୍ଯ୍ୟ ଯୋଗାଇବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ମନରେଗା ଯୋଜନାରେ ଲୋକଙ୍କୁ କାର୍ଯ୍ୟ ଯୋଗାଇବା ପାଇଁ ନିୟମ ରହିଥିଲେ ମଧ୍ୟ ତାକୁ ଅଣଦେଖା କରି ମଣିଷ ବଦଳରେ ମେସିନ୍ ଦ୍ବାରା କାର୍ଯ୍ୟ ଚାଲିଥିବା ଘଟଣା ନଜରକୁ ଆସିଛି। ଭାବିନିପୁର ଜେନା ବନ୍ଧରେ ଦୁଇଟି ଜେସିବି ଓ ଦୁଇଟି ଟ୍ରାକ୍ଟର ଲାଗିଥିବା ଦେଖିବାକୁ ମିଳିଛି। ପନୀୟ ଜଳ ପ୍ରକଳ୍ପ ନିର୍ମାଣ ଓ ରକ୍ଷଣାବେକ୍ଷଣ ରେ ଦୁର୍ନୀତି ସମ୍ପର୍କରେ ଖବର ସଂଗ୍ରହକୁ ଭାବିନିପୁର ଯାଇ ପାଣି ଟାଙ୍କିର ଫଟୋ ଉଠାଇବା ସମୟରେ ନଜର ପଡିଲା ଜେନା ବନ୍ଧ କାର୍ଯ୍ୟରେ ମେସିନ୍ ଲାଗିବା ଘଟଣା। ମନରେଗା ଯୋଜନାରେ ମଣିଷ ବଦଳରେ ମେସିନ୍ କାର୍ଯ୍ୟ କରୁଛି ମାନେ ଜିଲ୍ଲା ପ୍ରଶାସନର ବିଫଳତାକୁ ପଦାରେ ପକାଉଛି। ପିପିଟି ନ୍ଯୁଜ୍ ପକ୍ଷରୁ ଫଟୋ ଓ ଭିଡିଓ କରି ଫେରିବା ପରେ ରଙ୍ଗେଇଲୁଣ୍ଡା ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ କାର୍ଯ୍ୟ ସମ୍ପର୍କରେ ପାଚାରିବାରୁ, ସେ କହିଥିଲେ ସେଠାରେ ଆମର କିଛି କାର୍ଯ୍ୟ ହେଉ ନାହିଁ। ସେହି ବନ୍ଧରେ ଜଣେ ବୁଡି ମୃତ୍ୟୁ ବରଣ କରିଥିବା ଯୋଗୁଁ ଗାଁ ଲୋକ ପାଣି ଶୁଖାଇଥିଲେ। ତହସିଲଦାରଙ୍କ ଠାରୁ ଅନୁମତି ନେଇ ଓ ଅର୍ଥ ଦାଖଲ କରି ମାଟି କାଡୁଛନ୍ତି। ସହକାରୀ ଯନ୍ତ୍ରୀଙ୍କ କଥା ସନ୍ଦେହ ସୃଷ୍ଟି ହୋଇଥିଲା ପୁଣି ମନରେଗା ଯୋଜନା ସମ୍ପର୍କରେ ନେଟ୍ ରେ ସର୍ଚ୍ଚ କରିବା ପରେ ଜଣାପଡିଛି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଜେନା ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି। ପୁଣି କରିତ୍‌କର୍ମା ଯନ୍ତ୍ରୀଙ୍କୁ ଫୋନ୍ ଲଗାଇବାରୁ ଆଉ ଉଠାଇଲେ ନାହିଁ। ଭାବିନିପୁର ସରପଞ୍ଚଙ୍କୁ ଫୋନ୍ ଯୋଗେ ପଚାରି ବୁଝିଥିଲୁ,ସେ କହିଲେ ମନରେଗା ଯୋଜନାରେ କାର୍ଯ୍ୟ ପ୍ରାୟ ସାତ ଦିନ ଲାଗିଥିଲା। ତାକୁ ବନ୍ଦ କରିଦିଆଯାଇଛି। ରାସ୍ତା କାର୍ଯ୍ୟ ପାଇଁ ମାଟି ଆବଶ୍ୟକ ଥିବାରୁ ସେମାନେ ତହସିଲରେ ରୟାଲଟି ଦେଇ ମାଟି ଉଠାଉଛନ୍ତି। ରାସ୍ତା କାର୍ଯ୍ୟରେ ମୋରମ ମାଟି ବ୍ଯବହାର ନକରି ବନ୍ଧରୁ ମାଟି ଉଠାଇବା ପାଇଁ ଆରଡି ନିଷ୍ପତ୍ତି ପଛରେ ରହସ୍ୟ କ’ଣ ? ଯଦି ଆରଡି ଦ୍ଵାରା ବନ୍ଧ ପୁନରୁଦ୍ଧାର ହୋଇଯିବ ତାହାହେଲେ ମନରେଗା ଯୋଜନାରେ ଶ୍ରମିକ କାର୍ଯ୍ୟ ପାଇଲେ ନାହିଁ। ପୁଣି ଦାଦନ ଖଟିବାକୁ ଅନ୍ଯ ରାଜ୍ୟକୁ ଯିବେ। ଆଗାମୀ ଦିନରେ ଜେନା ବନ୍ଧ ପୁନରୁଦ୍ଧାର ନାମରେ ବ୍ଲକ୍ ପ୍ରଶାସନ ଅର୍ଥ ବିନିଯୋଗ ନାମରେ ଅନିୟମିତତା କରିବା ଆଶଙ୍କା ରହିଛି। ତେଣୁ ଜେନା ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ପ୍ରତି ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ନଜର ରଖିବାକୁ ଫରୱାର୍ଡ ବ୍ଲକ ପକ୍ଷରୁ ଦାବି କରାଯାଇଛି।

Leave A Reply

Your email address will not be published.