ରଙ୍ଗେଇଲୁଣ୍ଡା ବ୍ଲକର ଭାବିନାରାୟଣପୁର ରେ ପାନୀୟ ଜଳ ସଙ୍କଟ।

0 1,390

ବ୍ରହ୍ମପୁର,୨୪/୧୨(ପିପିଟି); ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗରେ କିଭଳି ଯୋଜନା ପ୍ରସ୍ତୁତ ଚାଲିଛି ଯାହା କି ସାଧାରଣ ଲୋକଙ୍କ କାର୍ଯ୍ୟରେ ଆସୁନାହିଁ। ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଭାବିନାରାୟଣପୁର ଗ୍ରାମରେ ୧୦ ବର୍ଷ ତଳେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ତାହା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ପମ୍ପ ଗୃହ ରହିଛି। ପମ୍ପ ଗୃହରୁ ଦିନକୁ ୧୦ ମିନିଟ ଜଳ ଯୋଗାଣ ହେଉଥିବା ନେଇ ଗ୍ରାମ ବାସୀ ସୂଚନା ଦେଇଛନ୍ତି। ପାନୀୟ ଜଳ ଯୋଗାଣ ଏଠାରେ ବିଫଳ ସ୍ବତ୍ତେ ବିଭାଗ ବର୍ଷ ବର୍ଷ ଧରି ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଖର୍ଚ୍ଚ କରୁଛି କି ନାହିଁ ତାହା ତଦନ୍ତ ସାପେକ୍ଷ। ଭାବିନାରାୟଣପୁର ଗ୍ରାମରେ ୨୦୧୦ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେତୋଟି ବୋରିଙ୍ଗ୍ ଖୋଲାଯାଇଛି ସେଥିମଧ୍ୟରୁ କେତୋଟି ବିଫଳ ଏବଂ କେତୋଟି କାର୍ଯ୍ୟକ୍ଷମ ତାହା ଅନୁସନ୍ଧାନ ସାପେକ୍ଷ। ପ୍ରକଳ୍ପ ବିଫଳ ପାଇଁ କାହାକୁ ଉତ୍ତରଦାୟୀ କରାଯିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

Leave A Reply

Your email address will not be published.