ମୌଳିକ ସୁବିଧାରୁ ବଞ୍ଚିତ ରଘୁନାଥପୁର ବାସିନ୍ଦା ।

0 343

ବଲୋଗଡ,(ପିପିଟି ନ୍ଯୁଜ୍)୨୬/୦୫,ଦେଶ ସ୍ୱାଧୀନର ଦୀର୍ଘବର୍ଷ ପରେ ମଧ୍ୟ ମୌଳିକ ସୁବିଧା ପିଇବା ପାଇଁ  ବୁନ୍ଦେ ପାନୀୟଜଳରୁ ବଞ୍ଚିତ ହେଉଛନ୍ତି  ରଣପୁର ବ୍ଲକର ରାଜସୁନାଖଳା ଗ୍ରାମ ପଞ୍ଚାୟତ  ରଘୁନାଥପୁର, ଦୁଧିଆର ବାସିନ୍ଦାମାନେ । ବର୍ଷତମାମ  ଜଳକଷ୍ଟ ଲାଗି  ରହୁଥିବା ବେଳେ  ଗ୍ରୀଷ୍ମ ପ୍ରବାହ ସମୟରେ ଏ ଅଞ୍ଚଳରେ ଜଳକଷ୍ଟ  ଦ୍ବିଗୁଣିତ ହୋଇଥାଏ ।ସାମ୍ପ୍ରତିକ ପରିସ୍ଥିତି ସମୟରେ  ଲକଡାଉନ ଜାରି ରହିଛି ଏପରି ସ୍ଥଳେ ଉକ୍ତ ଗ୍ରାମବାସିନ୍ଦାଙ୍କ  ଜଳକଷ୍ଟ  ଦୁଃଖ  ବିଷୟରେ  ଗୁହାରି  କରିବେ ବା, କାହାକୁ, ଗତ ୩ବର୍ଷ ଧରି ନଳକୂପଟିଏ ପାଇଁ ପଂଚାୟତଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ  ବାବୁ ମାନଙ୍କୁ ଜଣାଇଥିଲେ ବି ମଧ୍ୟ ତାଙ୍କ ଗୁହାରି  କେହି ଶୁଣୁନଥିବା ଗ୍ରାମବାସୀ  ପ୍ରକାଶ କରିଛନ୍ତି ।ନିଜ ଭାଗ୍ୟକୁ ଆଦରି  ଗ୍ରାମଠାରୁ ୧ କିଲୋ ମିଟର ଦୂରରେ ଥିବା ଏକ ବିଲ କୂପରୁ ଜଳ ଆଣିପାନୀୟ ଜଳ ଭାବେ  ବ୍ୟବହାର  କରୁଛନ୍ତି ।ବର୍ଷା  ଦିନରେ ବି ମଧ୍ୟ ଉକ୍ତ ପ୍ରଦୂଷଣ ଜଳକୁ ବ୍ୟବହାର କରିବାରୁ  ଝାଡା ବାନ୍ତି, ଜ୍ବର ଓ ଯାବତୀୟ ପେଟ ରୋଗରେ  ଆକ୍ରାନ୍ତ  ହେଉଛନ୍ତି । ପାନୀୟ ଜଳ ସମସ୍ୟା ପ୍ରତି ପ୍ରଶାସନ ଓ ଜନପ୍ରତିନିଧି ଦୃଷ୍ଟି ଦେଇ ସମାଧାନ କରିବା ପାଇଁ ଦାବି ହେଉଛି ।
ରିପୋର୍ଟ – ସୁଶାନ୍ତ ପ୍ରଧାନ ।

Leave A Reply

Your email address will not be published.