ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ରାଶି ପ୍ରଦାନ ।

0 154

ପଦ୍ମପୁର,(ପିପିଟି ନ୍ଯୁଜ୍)୨୨/୦୪:- କରୋନାର ମୁକାବିଲା ସକାଶେ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ଙ୍କ ଦ୍ୱାରା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛିା ଏହିକ୍ରମରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ତଥା କର୍ମଚାରୀ ସମୁହଙ୍କ ତରଫରୁ ସଂଗୃହିତ ଦିନକର ଦରମା ୩୧୦୦୦ ଟଙ୍କା ମାତ୍ରର ଏକ ଚେକ୍ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀମାନ ତନ୍ମୟ କୁମାର ଦରୱାନ ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ବିଦ୍ୟାଳୟ ପରିସର ମଧ୍ୟରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସେବାଶ୍ରୀ ଭୋଇ ଏହି ସହାୟତା ରାଶି ଉପଜିଲ୍ଲାପାଳ ଶ୍ରୀମାନ ଦରୱାନ ଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀ ଗଣ ଉପସ୍ଥିତ ଥିଲେ ।ସେଭଳି ଦହିତା ଗ୍ରାମପଂଚାୟତ ର ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ୭୦୦୦ଟଙ୍କା ର ସହାୟତା ରାଶି ଏକ ଚେକ୍ ଆକାରରେ ସଭାନେତ୍ରୀ ହରିପ୍ରିୟା ଭୋଇ ଓ ସଂପାଦିକା ତିଲୋତ୍ତମା ବାଗ ଉପଜିଲ୍ଲାପାଳଙ୍କ କାର୍ଯାଳୟ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ । ଏଭଳି ମହତ୍ କାର୍ଯ୍ୟପାଇଁ ଉପଜିଲ୍ଲାପାଳ ଶ୍ରୀମାନ ଦରୱାନ ସମସ୍ତଙ୍କ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ  ଜଣାଇଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.