ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଧବା ମହିଳା ସମସ୍ତ ସେବାରୁ ବଞ୍ଚିତ !

0 1,131

ଶେରଗଡ,(ପିପିଟି)୧୦/୦୬,ଶେରଗଡ଼ ଗ୍ରାମ କେଉଟ ସାହିରେ ବସବାସ କରୁଥିବା ବିଧବା ମହିଳା ଗତକିଛି ବର୍ଷ ହେଲା ଚିର ଅବହେଳିତ ହୋଇ ରହିଛନ୍ତି। ନା ତାଙ୍କୁ ଭତ୍ତା ମିଳୁଛି ନା ପ୍ରଧାନମନ୍ତ୍ରୀ ଆବାସ । ଉକ୍ତ ମହିଳା ଜଣଙ୍କ ହେଲେ ସୋଲି ବେହେରା ବୟସ ମାତ୍ର ୨୪ବର୍ଷ। ମାତ୍ର ୨୪ ବର୍ଷ ବୟସରେ ବିଧବା ସାଙ୍ଗକୁ ନିଃସହାୟ ଜୀବନ କାଟୁଛନ୍ତି । ପାଖରେ ଗୋଟିଏ ୪ବର୍ଷର ଛୁଆ।ଏହାକୁ ନେଇ ଦୁଃଖ ଅନାଟନରେ କାଳ କାଟୁଛନ୍ତି । ସେ ରହୁଥିବା ଆଜବେଷ୍ଟସ ହୋଇଥିବା ବେଳେ ଘର ଉପର ଅଂଶ ସଂପୂର୍ଣ୍ଣ ଭାଙ୍ଗି ଯାଇଛି ।ସୂର୍ଯ୍ୟଆଲୋକ ଓ ଚନ୍ଦ୍ରଲୋକ ରେ ତାଙ୍କ  ଘରେ ପ୍ରତିଦିନ କେଳି କରୁଛନ୍ତି।ଖାଇବାକୁ ଆଘରୁ ତାଘରୁ ମାଗି ଯାଚି ଚଳୁଛନ୍ତି । ସେ ବର୍ଷା ହେଲେ ପର ଘର ବାରଣ୍ଡାରେ ରହୁଛନ୍ତି ।ସୋଲି କହନ୍ତି ମୋର ସାହା ବୋଲି କେହି ନାହାନ୍ତି ଭତ୍ତା କେହି କରିଦେଉନାହାନ୍ତି ।ପ୍ରଧାନମନ୍ତ୍ରୀ ଆବାସ ମୋ ପାଇଁ ସାତ ସ୍ଵପ୍ନ ଅଟେ।ଏଣୁ ଏ ଦିଗରେ ସରକାର ଦୃଷ୍ଟି ଦେବା ସହ ସହାୟତା ପାଇଁ ଦାବି ହେଉଛି।୨୦ ବର୍ଷ ଧରି  ଭରସା ଓ ବିଶ୍ବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଖି ବୁଜି ସମର୍ଥନ ଦେଇ ଆସିଛନ୍ତି ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ସାଧାରଣ ଜନତା  କିନ୍ତୁ ଆଜି ପର୍ଯ୍ୟନ୍ତ ମୌଳିକ ଅଧିକାର ଓ ଉନ୍ନତ ସେବା ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ । ଏହା ହିଁ ବିଡମ୍ବନାର ବିଷୟ ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.