ଉଲୁଣ୍ଡା,ତା-୨୬/୦୬(ପିପିଟି); ସରକାରଙ୍କ ତରଫରୁ ଭୂମିହୀନ ଗରିବ ପରିବାର କୁ ମିଳିସାରିଛି ଜମିପଟ୍ଟା ହେଲେ ସରକାରୀ କର୍ମଚାରୀଙ୍କ ଉଦାସୀନ ମନୋଭାବ କାରଣରୁ ଏପର୍ଯ୍ୟନ୍ତ ହୋଇପାରିନି ଜମିଚିହ୍ନଟ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାହପୁର ବ୍ଲକ କେନଝରିଆପାଲି ଗ୍ରାମରେ ।ଗ୍ରାମର ୨୮ ଜଣ ଭୂମିହୀନ ଗରିବ ପରିବାରକୁ ୨୦୧୧ ମସିହାରେ ସରକାର ଜମିପଟ୍ଟା ପ୍ରଦାନ କରିଛନ୍ତି । ହେଲେ ଆଜିଯାଏଁ ଜମି ଚିହ୍ନଟ ହୋଇପାରିନି । ଏ ନେଇ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ଭୂମିହୀନ ମାନେ । ସରକାର ଭୂମିହୀନ ମାନଙ୍କୁ ପଟ୍ଟାଦେଇ ରାଜସ୍ୱ ଅସୁଲ କରୁଛନ୍ତି ହେଲେ ଗରିବ ଭୂମିହୀନ ପରିବାରମାନେ ଦୀର୍ଘ ବର୍ଷ ହେବ ରାଜସ୍ୱ ଦେଇ ଆସୁଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ ଜମି ଚିହ୍ନଟ କରିନାହଁନ୍ତୁ । ସେମାନେ ପଟ୍ଟା ପାଇଥିବା ଜାଗା ମାନଙ୍କରେ କିଛି ଦଲାଲ ବେଆଇନ ଭାବେ ଆନ୍ଧ୍ର ଚାଷୀ ମାନଙ୍କୁ ଠିକା ଦେଇ କପା ଚାଷ କରୁଥିବାର ଅଭିଯୋଗ କରିଛନ୍ତି ସେମାନେ । ହେଲେ ଗରିବଙ୍କୁ ମିଳୁନି ଜମି । ଏହାର ପ୍ରତିବାଦରେ ଗୁରୁବାର ଦିନ ବିଜେପି ଜିଲ୍ଲା ପରିଷଦ ସଦସ୍ୟା ଗାୟତ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିରମହରାଜପୁର ତହସିଲ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ଆଗାମି ଦିନରେ ଏହାର ସମାଧାନ ନ ହେଲେ ଧାରଣ ଦେବାକୁ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ସେମାନଙ୍କର ଦାବି ଯଥାର୍ଥ ଅଛି ଏବଂ ଆମେ ତୁରନ୍ତ ଜମି ଚିହ୍ନଟ କରି ଯୋଗାଇଦେବୁ ବୋଲି କହିଛନ୍ତି ସ୍ଥାନୀୟ ତହସିଲଦାର ।
ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।
Prev Post