ଭାରତୀୟ ଡାକବିଭାଗ ପକ୍ଷରୁ ରିଲିଫ୍ ସାମଗ୍ରୀ ଓ ମାସ୍କ ବଣ୍ଟନ ।

0 104

ପଦ୍ମପୁର,(ପିପିଟି ନ୍ଯୁଜ୍)୨୨/୦୪:- ସମଗ୍ର ପୃଥିବୀ କୁ ଗ୍ରାସ କରିଥିବା କରୋନା ଆଜି ଦେଶର ହଜାର ହଜାର ଲୋକଙ୍କ କାମଧନ୍ଦା ଛଡାଇ ନେଇଛିା ଭାରତ ବର୍ଷ ରେ ଆସନ୍ତା ୩ ତାରିଖ ଯାଏଁ ତାଲା ପଡିସାରିଛି ।ଏଭଳି ପରିସ୍ଥିତି ରେ ନିରିହ ଖଟିଖିଆ ଦିନ ମଜୁରୀଆ କାମଧନ୍ଦା ପାଇଁ ପଦାକୁ ବାହାରୁ ନାହାନ୍ତିା ଅନେକ ଭୋକ ଯନ୍ତ୍ରଣାରେ ଚଳୁଥିବା ସମୟରେ ଭାରତୀୟ ଡାକ ବିଭାଗ ସମ୍ବଲପୁର ଡିଭିଜନ ଅଫିସ ର ଆସିଷ୍ଟାଣ୍ଡ ସୁନୀତା ସାମନ୍ତରାୟ ଓ ନୀଲମ ଭାରତୀୟ ଡାକ ବିଭାଗ ପକ୍ଷରୁ ରିଲିଫ ସାମଗ୍ରୀ ଓ ମାସ୍କ ଧରି ସ୍ଥାନୀୟ ରାଜ ବୋଡାସମ୍ବର ଡାକ ଘର ରେ ଆସି ପହଞ୍ଚିଥିଲେ । ପଦ୍ମପୁର ଏନ.ଏ.ସି ର ନିର୍ବାହି ଅଧିକାରୀ ଜୟନ୍ତ ସାହୁ,ଏନ.ଏ.ସି କର୍ମକର୍ତ୍ତା  ରଘୁମଣୀ ସାହୁ ଏବଂ ଏଠାକାର ସମାଜସେବୀ ଅଶୋକ କୁମାର ମିଶ୍ରଙ୍କ ସହ ଆଲୋଚନା କଲାପରେ ଗରିବ ଓ ଅସହାୟ ଲୋକ ଚିହ୍ନଟ ପ୍ରକିୟାପରେ ବୋଡାସମ୍ବର ଡାକଘର କର୍ମଚାରୀ-ଇନେସ୍ପେକ୍ଟର ମାନଭଂଜନ ନାଏକ,ସବ ପୋଷ୍ଟମାଷ୍ଟର ପ୍ରତାପ ଭୋଇ,ସୁଶାନ୍ତ ନାଏକ,ଅଂଜନ ହୋତା,ସରୋଜ ତ୍ରିପାଠୀ,ଗୋକୁଳାନନ୍ଦ ସାହୁ,ଅଜୟ ବଗର୍ତି,ମାଧବ ଦିପ,ପ୍ରକାଶ କୁମାର ସାହୁ,ସଂଜୀବ ନାଗ ଓ ଅମରେଶ ସାହୁ ସମ୍ବଲପୁର ରୁ ଆସିଥିବା ଶୁଖିଲାଖାଦ୍ୟ ସମେତ ମାକ୍ସ ବଣ୍ଟନ ରେ ସହାୟତା କରିଥିଲେ । ଏଭଳି ସୁନ୍ଦର ପ୍ରୟାସ ପାଇଁ ମ୍ୟାଡମ ସାମନ୍ତରାୟ ଓ ନୀଲମ ଙ୍କୁ ପଦ୍ମପୁର ସହରବାସୀ ଧନ୍ୟବାଦ ଜଣାଇଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.