ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ।

0 82

ପଦ୍ମପୁର,(ପିପିଟି)୧୧/୦୫,ଏହି ଘଡ଼ିସନ୍ଧି ମହାମାରୀ ସମୟରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପଦ୍ମପୁର ନିର୍ବାଚନ ମଣ୍ଡଳୀ କ୍ରମାଗତ ଭାବରେ ଆୟୋଜନ କରିଆସୁଥିବା ରକ୍ତଦାନ ଶିବିର ଆଜି ଝାରବନ୍ଧ ମଣ୍ଡଳର କାର୍ଯ୍ୟକର୍ତ୍ତା ଓ ଗ୍ଲୋବାଲ ସ୍ପୋଟିଙ୍ଗ ଝାରବନ୍ଧ ର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଗ୍ଲୋବାଲ ସ୍ପୋଟିଙ୍ଗ ଝାରବନ୍ଧ ଠାରେ ଆୟୋଜିତ ହୋଇ ଯାଇଅଛି। ଏହି ଶିବିର ପୂର୍ବତନ ବିଧାୟକ ପ୍ରଦିପ ପୁରୋହିତଙ୍କ  ତଦାରଖ ଓ ଉପସ୍ଥିତିରେ ଓ ରକ୍ତ ଭଣ୍ଡାର ର ସମସ୍ତ କର୍ମଚାରୀଙ୍କ ସାହାଯ୍ୟରେ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ୩୨-ୟୁନିଟ ରକ୍ତ ଦାତାଙ୍କ ନାମ ହେଲା ଗୋପାଳ ରୟ, ହରିହର ରାୟ, ସଞ୍ଜୟ ମାଝୀ, ସିଦ୍ଧେଶ୍ୱର ସାହୁ, ଜୟ କୁମାର ସାହୁ, ତ୍ରିଲୋଚନ ମୁନା, ସନ୍ଦୀପ ଅଗ୍ରୱାଲ, ପଲ୍ଲବୀ ଅଗ୍ରୱାଲ, ବିକାଶ ଅଗ୍ରୱାଲ, ସୁମନ ମୋହନ ବିଶ୍ଵାଳ, ରଜନୀ ନିଗମ, ପର୍ଶୁରାମ ପଣ୍ଡା,ଭୀଷ୍ମ ପ୍ରଧାନ, ଲାଲେଶ୍ଵରି ପଟେଲ, ସରୋଜ ରଣା, କୁମୁଦିନୀ ସାହୁ, କୁମୁଦ ସାହୁ, ପ୍ରଶାନ୍ତ କୁମାର ସାହୁ, ମନୋଜ କୁମାର ଅଗ୍ରୱାଲ, ମୋନୁ ଅଗ୍ରୱାଲ, ଅନୁଭବ ପାଣିଗ୍ରାହୀ,ଦୁଃଖିଶ୍ୟାମ ପଟେଲ,ଯଦୁମଣି ଶିଦାର, ବିରେନ୍ଦ୍ର କୁମାର ଭୋଇ, ଅମୁଲ୍ୟ ମହାପାତ୍ର,ପୀଙ୍କୁ ବାରିକ୍,ସୁନୀଲ ଅଗ୍ରୱାଲ,ସୌମ୍ୟରଞ୍ଜନ ସାହୁ,ଦୀପକ୍ କର,ସରୋଜ କୁମାର ସାହୁ,ରାଜକିଶୋର ବାରିକ,ପ୍ରେମ ରାଜ ସାହୁ। ଏହି ରକ୍ତ ଦାନ ଶିବିର ରେ ଝାରବନ୍ଧ ମଣ୍ଡଳ ସଭାପତି ମିଳନ ପାଣ୍ଡେ, ଗୋବର୍ଦ୍ଧନ ଅଗ୍ରୱାଲ, ହରିହର ସାହୁ, ଡକ୍ଟର ଲମ୍ବୋଦର ପଣ୍ଡା, ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରିତେଶ କୁମାର ବହିବାର, ଜିଲ୍ଲାପରିଷଦ କୁମୁଦିନୀ ସାହୁ, ସରପଞ୍ଚ ଧନମତି ପାଣ୍ଡେ, ସରପଞ୍ଚ ଲାଲେଶ୍ୱରି ପଟେଲ,ଗ୍ଲୋବାଲ ସ୍ପୋଟିଙ୍ଗ ଝାରବନ୍ଧ ର ସମସ୍ତ ସଦସ୍ୟ, ଜୟ ନିଗମ, ଅଶୋକ ମିଶ୍ର,ବିକାଶ ଅଗ୍ରୱାଲ, ସତ୍ୟମ ପ୍ରଧାନ, ନରେଶ ସୁନ୍ଦର ସାହୁ, ଇଂଜିନିୟରିଂ କୁନାଲ ପାଣିଗ୍ରାହୀ,ଦିନେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ରକ୍ତଦାନ ଶିବିର ଶେଷରେ ପଦ୍ମପୁର ପୁର୍ବତନ ବିଧାୟକ ପ୍ରଦିପ ପୁରୋହିତ ଗ୍ଲୋବାଲ ସ୍ପୋଟିଙ୍ଗ ଝାରବନ୍ଧ ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ।ଏହିପରି ଭାବେ ଆଗକୁ ଆହୁରି ରକ୍ତ ଦାନ ଶିବିର ଭାରତୀୟ ଜନତା ଯୁବମୋର୍ଚ୍ଚା ଆୟୋଜିତ କରିବ ବୋଲି ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରିତେଶ କୁମାର ବହିବାର ପ୍ରତିଶ୍ରୁତି ଦେଇଛନ୍ତି।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.