ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ଭବନର ଶତ ପ୍ରତିଶତ ସଫଳତା ।

0 387

ଗାଙ୍ଗପୁର/ବେଲଗୁଣ୍ଠା, ୦୧/୦୮(ପିପିଟି); ବେଲଗୁଣ୍ଠାସରସ୍ଵତୀ ଶିଶୁ ବିଦ୍ୟା ଭବନର ସମସ୍ତ ଛାତ୍ରଛାତ୍ରୀ ଦୀର୍ଘ ୧୨ ବର୍ଷ ଧରି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପ୍ରତିବର୍ଷ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ସମସ୍ତ ମହଲରୁ ଏହି ଅନୁଷ୍ଠାନ ପ୍ରତି ଶୁଭେଚ୍ଛାର ଛୁଟୁଛି । ବିଗତ ଦିନ ମାନଙ୍କରେ ଏହି ଅନୁଷ୍ଠାନରୁ ବହୁ ଛାତ୍ରଛାତ୍ରୀ ସଫଳତାର ସହ ଭଲ ଡିଭିଜନ୍ ରଖି ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ପରୀକ୍ଷା ଦେଇଥିବା ସମସ୍ତ ୩୦ ଜଣ ଛାତ୍ରଛାତ୍ରୀ ଭଲ ନମ୍ଵର୍ ରଖି ଉତୀର୍ଣ୍ଣ ହୋଇ ବିଦ୍ୟାଳୟର ଗତ ୧୨ ବର୍ଷର ଶତ ପ୍ରତିଶତ ସଫଳତାକୁ ବଜାୟ ରଖିଛନ୍ତି । ଅନୁଷ୍ଠାନର ଛାତ୍ର ଚନ୍ଦନ କୁମାର ଗୌଡ଼ ଶତକଡ଼ା ୮୬ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ଟପର୍ ହୋଇଥିବା ବେଳେ A2 ଗ୍ରେଡ୍ ରେ ୫ ଜଣ ଏବଂ B1 ଗ୍ରେଡ୍ ରେ ୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଏହି ସଫଳତା ପାଇଁ ଅନୁଷ୍ଠାନର ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର ସମସ୍ତ ଗୁରୁଜୀ ଗୁରୁମା ଏବଂ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ ପ୍ରଶଂସା କରିଛନ୍ତି ।

ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.