ବେଗୁନିଆପଡା ବ୍ଲକକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ ।

0 170

କୋଦଳା,(ପିପିଟି ନ୍ଯୁଜ୍)୦୬/୦୪- ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅଚାନକ ବେଗୁନିଆପଡା ବ୍ଲକ ଗସ୍ତକରି ବ୍ଲକ କାର୍ୟାଳୟ , ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସେଠାରେ କରାଯାଇଥିବା ଅସ୍ଥାୟୀ ସଙ୍ଘରୋଧ ଗ୍ରୁହ ପରିଦର୍ଶନ କରି ବିଡିଓ ବେଦବର ପ୍ରଧାନ ଓ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ସହିତ ଆଲୋଚନା କରିଥିଲେ ।ଏହା ସହିତ ଭୁବନେଶ୍ୱର ଏବଂ ଅନ୍ୟ ଜାଗାରୁ ଆସିଥିବା ଲୋକଙ୍କ ସ୍ବାସ୍ଥ୍ୟ ଚେକାପ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଏଥିରେ ଅନ୍ୟମାନଙ୍କ ମଧ୍ୟ ରେ ସ୍ବାସ୍ଥ୍ୟକର୍ମୀ ସଞ୍ଜୟ କୁମାର ସାହୁ , ସରପଞ୍ଚ ଅରୁଣ କୁମାର ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସର ରେ ବେଗୁନିଆପଡା ସ୍ଥିତ ତ୍ରୀପତି ମୋଟର୍ସ ମାଲିକ ତ୍ରୀପତି  ନାୟକ ମୁଖ୍ୟମନ୍ତ୍ରୀଙ୍କ  ରିଲିଫ ପାଣ୍ଠିକୁ  ୩୧୦୦୦ ଟଙ୍କା ପ୍ରଦାନ କରିଥିବା ବେଳେ ସୁରେନ୍ଦ୍ର ପ୍ରସାଦ ଗୌଡ଼ ଙ୍କ ଦଶମ ଶ୍ରେଣୀ ରେ ପଢୁଥିବା କନ୍ୟା ସୁମିତ୍ରା ଗୌଡ଼ ବିଦ୍ୟାଳୟ ଜିବା ସମୟ ରେ ସଞ୍ଚିତ କରି କୂମ୍ପି ରେ ରଖିଥିବା ଅର୍ଥକୁ କୂମ୍ପି ସହିତ ଜିଲ୍ଲାପାଳଙ୍କ ହସ୍ତରେ ପ୍ରଦାନ କରିଥିଲେ ।

Leave A Reply

Your email address will not be published.