ବୃଦ୍ଧ ଦମ୍ପତି ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ।

0 216

ପୋଲସରା,(ପିପିଟି ନ୍ଯୁଜ୍)୦୬/୦୪-ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ କଳମ୍ବ ଗ୍ରାମର ସ୍ଵପ୍ନେଶ୍ୱର ମନ୍ଦିର ନିକଟସ୍ଥ ଦେଉଳ ବନ୍ଦ ହିଡ ପାର୍ଶ୍ଵରେ କୁଡିଆ ଘରେ ରହୁଥିବା   ଏକ ବୃଦ୍ଧ ଦମ୍ପତିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ନ ମିଳିବା କ୍ଷୋଭର ବିଷୟ ପାଲଟିଛି । କଳମ୍ବ ଗ୍ରାମର ମନ୍ଦିର ହିଡ ନିକଟରେ ବାସ କରୁଥିବା ବିଦେଶୀ ଦାସଙ୍କ ବୟସ ୭୦ ବର୍ଷ ଓ ତାଙ୍କ ସ୍ତ୍ରୀଙ୍କ ବୟସ ପ୍ରାୟ ୬୫ ବର୍ଷ । ତାଙ୍କର ନିଜସ୍ୱ ଘର କିମ୍ବା ଜମିବାଡ଼ି ବୋଲି କିଛି ନାହିଁ । ନିଜ ଝିଅର ଜାଗା ରେ ଝାଟିମାଟି ର କୁଡିଆ ଖଣ୍ଡେ କରି ରହୁଛନ୍ତି । ବାର୍ଦ୍ଧକ୍ୟ ଯୋଗୁଁ ଦୁହେଁ କାମ କରିବା ଅକ୍ଷମ । ଅନ୍ତୋଦୟ ଯୋଜନାରେ ସରକାରଙ୍କ ଦ୍ଵାରା ମିଳୁଥିବା ୩୫ କେଜି ଚାଉଳ  ସେମାନଙ୍କ ଏକମାତ୍ର ଭରଷା । ତାଙ୍କ ପୁଅ ବାହାରେ ରହୁଛି ଓ ସେ କେବେ କେମିତି ଗାଁକୁ ଆସିଲେ ୧୦୦/୨୦୦ ଦେଉଥିବା ଟଙ୍କାରେ ବଡ଼ କଷ୍ଟରେ ଚଳୁଛନ୍ତିଁ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ସେ ଗ୍ରାମର ସରପଞ୍ଚ, ସମିତିସଭ୍ୟ ତଥା ବିଧାୟକଙ୍କ ପାଖକୁ ୨/୩ ଥର ଯାଇ   ଅନୁରୋଧ କରି ଦରଖାସ୍ତ କରିବା ସତ୍ତ୍ବେ ଆଜି ଯାଏଁ ଭତ୍ତା ମିଳି ନଥିବାରୁ  ଦୁଃଖ ପ୍ରକାଶ କରିଛନ୍ତି । ବିଡିଓଙ୍କ ନିକଟକୁ ଯାଇ ମଧ୍ୟ ନିରାଶ ହୋଇଥିବା କଥା ପ୍ରକାଶ କରିଛନ୍ତି । ହେଲେ ଏତେ ସବୁ ସରକାରୀ ଯୋଜନା କାହା ପାଇଁ ? ସତକଥା କହିବାକୁ ଗଲେ ସେହି ଗ୍ରାମର ବହୁତ୍ ଧନୀ (ଟ୍ରାକ୍ଟର, ଜମିବାଡ଼ି ଥିବା ଲୋକ) ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଭତ୍ତା ଆଦି ସରକାରୀ ସହାୟତା ମିଳୁଥିବା ବେଳେ ଏମିତି ଦିନ ହୀନ ତଥା ଅତି ଦରିଦ୍ର ଅବସ୍ଥାରେ ପଡ଼ି ରହିଥିବା ଲୋକଙ୍କୁ ସରକାରୀ ସହାୟତା ସାତ ସପନ ହୋଇ ଯାଇଛି ।

ReplyForward
Leave A Reply

Your email address will not be published.