ବୁଢ଼ାବୁଢୀଙ୍କ ପାଇଁ ଭଙ୍ଗାକୁଡ଼ିଆ ହିଁ ସାହାଭରସା ।

0 464

ଉଲୁଣ୍ଡା,୧୮/୦୬(ପିପିଟି) ; ଅସହାୟ ଗରିବ ଓ ବୁଦ୍ଧବୃଦ୍ଧାଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ବହୁ ଯୋଜନା ତିଆରି କରିଛନ୍ତି ।ହେଲେ ସେହି ଯୋଜନା ସରକାରଙ୍କର ଖାମଖିଆଳି ମନୋଭାବ ଓ ଅବହେଳା କାରଣରୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚି ପାରୁନାହିଁ ।ସରକର ଙ୍କର ଆବାସ ଯୋଜନା କ୍ଷେତ୍ରରେ ଏଭଳି ଏକ ଖବର ଦେଖିବାକୁ ମିଳିଛି ।କେଉଁଠି ଥିଲଵାଲା ଲୋକ ଙ୍କ ନାଁରେ ତ କେଉଁଠି ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କ ନାଁରେ ଆବାସ ଗୃହ ମଞ୍ଜୁର ହେଉଛି ।ସରକାର ଏସଇସିସି ତାଲିକା ଅନୁଯାୟୀ ଆବାସ ଗୃହ ବଣ୍ଟନ କରାଯାଉଥିବା କହୁଥିବା ବେଳେ ବିଭିନ୍ନ ସ୍ଥାନରେ କେତେକ ଅସାଧୁ କର୍ମଚାରୀ ମନଇଚ୍ଛା ଉକ୍ତ ତାଲିକାକୁ ତଲଉପର କରି ଆବାସ ଗୃହ ବଣ୍ଟନ କରୁଥିବା କାରଣରୁ ପ୍ରକୃତ ଗରିବ ହିତାଧିକାରୀ ଏହି ଯୋଜନା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି ।ହେଲେ ଭଙ୍ଗା କୁଡ଼ିଆରେ ରହି ଆବାସ ଗୃହ ଖଣ୍ଡିଏ ପାଇଁ ବାରମ୍ବାର ଦୌଡୁଥିବା ଅସହାୟ ଗରିବ ଲୋକଟିଏ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତ ଗୋଲାବନ୍ଧ ଗ୍ରାମର ଅସହାୟ ବୃଦ୍ଧ ଦମ୍ପତି ସମାରୁ ପଧାନ ଓ ତାଙ୍କ ସ୍ତ୍ରୀ  ରାସେଶ୍ୱରୀ ପଧାନ । ପରିବାର କହିଲେ ଦୁଇ ଜଣ । ତାଙ୍କର ଏକମାତ୍ର ଝିଅ ବହୁ ବର୍ଷରୁ ମୃତ୍ୟୁବରଣ କରି ସାରିଥିବାବେଳେ ଏବେ ପରିଣତ ବୟସରେ ସାହାଭରସା କେହିନାହିଁ ।ଦେହରେ ବଳ କି ହାତରେ ଅର୍ଥ ନ ଥିବାରୁ ଭାଙ୍ଗି ଯାଇଥିବା ପୁରୁଣା ଚାଲ ଘରକୁ ମରାମତି ହେଇ ପାରିନାହିଁ ।ଘରର କାନ୍ଥ ଓ ଛପର ଭାଙ୍ଗିଯାଇ ଥିବାବେଳେ ଜରି ପାଲ ଓ ଚିରା ପଲିଥିନ ଟାଣି ରହୁଛନ୍ତି ।ଏବେ ବର୍ଷା ଦିନ ଆସିଯାଇଥିବରୁ ଏମାନଙ୍କ ଦୁଃଖ କହିଲେ ନ ସରେ ।ଦୁଇ ବୃଦ୍ଧବୃଦ୍ଧା ଘର ଖଣ୍ଡିଏ ପାଇଁ କେତେ ନେତା ମନ୍ତ୍ରୀଙ୍କ ପାଖରେ ଗୁହାରି କଲେଣି ।ହେଲେ କେହି ସୁଣୁନଥିବାର କହିଛନ୍ତି ।ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ବେଚ୍ଛାସେବୀ ମଣ୍ଟୁ ମନ୍ତ୍ରା ଓ ଗ୍ରାମବାସୀ ଦାବି କରିଛନ୍ତି ।
ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.