ବିଲରେ ଓଲଟିଲା ଟ୍ରାକ୍ଟର, ଡ୍ରାଇଭରର ମୃତ୍ୟୁ ।

0 460

ଉଲୁଣ୍ଡା,୨୧/୦୭(ପିପିଟି);  ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ କାଦୋଦର ଗ୍ରାମପଞ୍ଚାୟତର ବୈରାଗିପାଲି ଗ୍ରାମରେ ହଳ କରୁଥିବା ସମୟରେ ଟ୍ରାକ୍ଟର ଓଲଟି ଜଣକର ମୃତ୍ୟୁ ଘଟିଛି ।ଗାଁର ମିଥୁନ ସୁନା (୩୨) ନିଜର ଟ୍ରାକ୍ଟର (ଓଡ଼ି ୩୧ ୯୫୧୯) ରେ ହଳ କରୁଥିଲେ ।ଗୋଟିଏ ବିଲରୁ ଆଉ ଗୋଟିଏ ବିଲକୁ ଟ୍ରାକ୍ଟର ନେଉଥିବା ସମୟରେ ହିଡ ଉପରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।ଫଳରେ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ ।ପାଖରେ ଥିବା ଲୋକମାନେ ଉଦ୍ଧାର କରିନପାରିବାରୁ ଜେସିବି ମେସିନ ସାହାଯ୍ୟରେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.