ବିଧାୟିକାଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ।

0 52

କୋଦଳା,(ପିପିଟି ନ୍ଯୁଜ୍)୧୪/୦୪- କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମଙ୍ଗଳବାର ଦିନ କରୋନା ସଂକ୍ରମଣ ସମୀକ୍ଷା ନେଇ ବେଗୁନିଆପଡା ବ୍ଲକ ଗସ୍ତ ପରିପ୍ରେକ୍ଷୀରେ  ବେଗୁନିଆପଡାର ପାଣିଗ୍ରାହୀ ଆଳୁ ଭଣ୍ଡାର ମାଲିକ ହୃଷିକେଶ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପନ୍ଦର ହଜାର ଟଙ୍କାର ଏକ ଚେକ ବିଧାୟିକାଙ୍କୁ ପ୍ରଦାନ କରିଥିଲେ ।ଉକ୍ତ ଦାନ ପାଇଁ ବିଧାୟିକା ସେହି ବଦାନ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଉକ୍ତ ଚେକ ଡ଼ିପୋଜିଟ କରିବା ପାଇଁ ବିଡ଼ିଓଙ୍କୁ କହିଥିଲେ ।ଏହିସମୟରେ ବିଡ଼ିଓ ବେଦବର ପ୍ରଧାନ , ବ୍ଲକ ବିଜେ ଡି ସଭାପତି ବିଜୟ କୁମାର ଦୋରା, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡ଼ା, ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.