ବିଧବା ଭତ୍ତା ପାଇଁ ଚାହିଁଚାହିଁ ଗଲା ଏକ ବର୍ଷ, ମାତ୍ର କୌଣସି ସହାୟତା ମିଳିଲାନି।

0 283

ରାୟଗଡା,୧୫/୦୮(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଗୋସାଇଁ ଗୁଳୁମୁଣ୍ଡା ଗ୍ରାମ ପଞ୍ଚାୟତର ପାରଳା ଗ୍ରାମରେ ରହନ୍ତି ବିଧବା ମହିଳା ମାଳତୀ କଣ୍ଡାଗୋରୀ। ସାଥିରେ ୨ ଜଣ ପୁଅ ଜଣକ ବୟସ ୮ବର୍ଷ ଅନ୍ୟ ଜଣେ ୪ ବର୍ଷର।ମାଳତୀଙ୍କ ସ୍ୱାମୀ ଗୋବିନ୍ଦ କଣ୍ଡାଗୋରୀ(୩୫) ମାନସିକ ଭାବେ ଦୁର୍ବଳ ଥିଲେ। ସେ ଗତ୨୫/୦୮/୨୦୧୯ରେ ବିଷ ପିଇ ପ୍ରାଣତ୍ୟାଗ କରିଥିଲେ।ଏହି ମାମଲାକୁ ପୋଲିସ ବିଭାଗ ନେଇ ୨୬/୦୮/୨୦୧୯ରେ ପୋଷ୍ଟମର୍ଟମ କରିଥିଲେ। ଵିଚାରି ମାଳତୀ ବାରମ୍ବାର ମାସିକ ବିଧବା ଭତ୍ତା ପାଇଁ ପ୍ରଶାସନ ଦ୍ୱାରସ୍ଥ ହେଲେ ମଧ୍ୟ ଏକ ବର୍ଷ ହେଲା ତାହା ମିଳିନାହିଁ।ସରକାରଙ୍କ ପରିବାର କଲ୍ୟାଣ ଯୋଜନାରେ ମିଳିବା ୨୦,୦୦୦ଟଙ୍କା ମିଳିନାହିଁ ଏବଂମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ ନାହିଁ ତେଣୁ ପଲିଥିନ ଘୋଡାଇ ଦିନ କାଟୁଛନ୍ତି। ସେହି ଗ୍ରାମରେ ତାଙ୍କର ବାପଘର ହେତୁ ଭାଇ ମାନଙ୍କ ସହାୟତାରେ ସେ ଚଳି ଆସୁଥିଲେ ମଧ୍ୟ କେତେଦିନ ଏପରି ଚଳିପାରିବି ବୋଲି ସେ କହିଥିଲେ।ସରକାରଙ୍କ ମହିଳା ସଶକ୍ତିକରଣ ଓ ଆଦିବାସୀ ବିକାଶ ନା ରେ ଅନେକ ଯୋଜନା ରହିଥିଲେ ମଧ୍ୟ ଗରିବ ନିରୀହ ଆଦିବାସୀ ମହିଳା ଏସବୁ ପାଉନଥିବା ଦୁର୍ଭାଗ୍ୟର ବିଷୟ। ବାପଘର ତରଫରୁ ତାଙ୍କୁ ଯେଉଁ ଜମି ମିଳିଛି ତାହା କୋର୍ଟରେ ବିଚାରାଧୀନ ରହିଛି। ଏଣୁ ସେ ଜମିକୁ ଯାଇପାରୁନାହାନ୍ତି।ଏଣୁ ଏହିପରି ନିରାଶ୍ରୟା ଆଦିବାସୀ ମହିଳାଙ୍କୁ ସମ୍ମାନର ସହ ବଞ୍ଚିବା ନିମନ୍ତେ ସରକାର ପଦକ୍ଷେପ ନେବାକୁ ଗ୍ରାମବାସୀ କହିଛନ୍ତି। ତାଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଧବା ଭତ୍ତା, ପରିବାର କଲ୍ୟାଣ ଯୋଜନା ଅନୁଦାନ ଦେବାକୁ ଗ୍ରାମବାସୀ ରେଲି ତୋଇକା,ଅବତାର ନିମାଲା,ପ୍ରତାପ ତୋଇକା ଓ ପ୍ରକାଶ ତୋଇକା ଦାବି କରିଛନ୍ତି। ରିପୋର୍ଟ – ନବୀନ ନାୟକ ବେହେରା ।

Leave A Reply

Your email address will not be published.