ବିଜେଡି ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ ।

0 122

ରାମନାଗୁଡା,(ପିପିଟି)୦୭/୦୫, ରାୟଗଡା ଜିଲ୍ଲା ବିଷମକଟକ ଓ ପଦ୍ମପୁର ବିଜେଡି ପକ୍ଷରୁ କୋଭିଡ଼-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି।ଏହି ସହାୟତା ରାଶି ଜିଲ୍ଲା ସଭାପତି ତଥା ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାଶଙ୍କୁ ପ୍ରଦାନ କରାଯାଇଛି।ବିଷମ କଟକ ବ୍ଲକ ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫଫଣ୍ଡ କୁ ୯ଲକ୍ଷ୧ହଜାର ଟଙ୍କାର ସହାୟତା ରାଶିର ଚେକ୍ ଶ୍ରୀ ଦାଶଙ୍କୁ ପ୍ରଦାନ କରାଯାଇଥିବା ବେଳେ ଅନେକ ଅସହାୟ ଲୋକଙ୍କୁ ୧ଲକ୍ଷଟଙ୍କାର ମାସ୍କ ପ୍ରଦାନ କରାଯାଇଛି।ସେହିପରି ପଦ୍ମପୁର ବ୍ଲକ୍ ବିଜୁ ଜନତା ଦଳ  ତରଫରୁ ଆଜି ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଶ୍ରୀ ସୁଦୀର ଦାସ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ  ଏକ ଲକ୍ଷ୩୧ ହଜାର ଟଙ୍କା ଜିଲ୍ଲା ସମ୍ପାଦକ ଗୋଦାବରୀ ରାଉତ ପ୍ରଦାନ କରିଛନ୍ତି।।ଖୁବଶୀଘ୍ର ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି।ଏହି ସହାୟତା ରାଶି କରୋନା ମୁକାବିଲା କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ଦଳୀୟ କର୍ମୀ କହିଛନ୍ତି।ଏହି ସହାୟତା ରାଶି ପ୍ରଦାନ ସମୟରେ  ଜିଲ୍ଲା ସଂପାଦକ ଗଗନ ଆଚାର୍ଯ୍ୟ, ବିଷମକଟକ ଯୁବ ବିିିଜେଡି ସଂପାଦକ ଶିବ ପ୍ରସାଦ ଦେସିପି,ବ୍ଲକ ସଭାପତି ଦେବୀ ପ୍ରସାଦ ପଟ୍ଟନାୟକ, ଜିଲ୍ଲା କୃଷକ ସଭାପତି ଜୋତି ପ୍ରସାଦ ସାହୁ, ବରିଷ୍ଠ ନେତା ରବିନ୍ଦ୍ର ପଣ୍ଡା, ଡ଼ମ୍ବୁର ଚୋଧୁରୀ,ସୀମା ପଡିକାକା,ଚିନ୍ନା ପଟ୍ଟନାୟକ, କୈଳାସ ସାହୁ ଏବଂ ବିଷମକଟକ ବିଜେଡିର ସମସ୍ତ କର୍ମୀମାନେ ଯୋଗଦେଇଥିବା ବେଳେ ପଦ୍ମପୁର ବ୍ଲକ୍ ବିଜୁ ଜନତା ଦଳର  ରବିନାରାୟଣ ଆଚାର୍ଯ୍ୟ, ଯୁଗଳ ମାଝୀ,ରମାନନ୍ଦ ସାହୁଙ୍କ ସହିତ ସମସ୍ତ କର୍ମୀମାନେ ଉପସ୍ଥିତ ଥିଲେ ।ଏହି ବିପତ୍ତି ସମୟରେ ବ୍ଲକ୍ ର ବିଜୁ ଜନତା ଦଳ ପକ୍ଷରୁ ସମସ୍ତକର୍ମୀମାନେ ସହଯୋଗ କରିଥିବାରୁ  ଜିଲ୍ଲା ସଭାପତି ଓ ଦୁଇ ସମ୍ପାଦକ କୃତଜ୍ଞତା ଜ୍ଞାପନ କରିଥିଲେ।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.