ବିଜେଡ଼ି ପକ୍ଷରୁ ଜୀବନବିନ୍ଦୁ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରି ଅନୁଷ୍ଠିତ ।

0 242

ରାମନାଗୁଡା,(ପିପିଟି)୨୯/୦୪- ଲକ୍ ଡାଉନ୍ ସମୟରେ ଦେଶ ତଥା ରାଜ୍ୟରେ ଥିବା ରକ୍ତଭଣ୍ଡାର ଗୁଡିକରେ ରକ୍ତର ଅଭାବ ଦେଖାଦେଇଛି।ଫଳରେ ରୋଗୀ ମାନେ ସେମାନଙ୍କୁ ଆବଶ୍ୟକ ହେଉଥିବା ରକ୍ତ ବେଳେ ପାଇପାରୁନାହାନ୍ତି।ରକ୍ତଭଣ୍ଡାରରେ ରକ୍ତ ଅଭାବ ଦୂରୀକରଣ ତଥା ରୋଗୀଙ୍କୁ ଆବଶ୍ୟକ ହେଉଥିବା ରକ୍ତ ଯୋଗାଇବା ପାଇଁ ରାମନାଗୁଡା ବିଜୁ ଜନତା ଦଳ ଆଗେଇ ଆସିଛି।ଏହି ପ୍ରରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାମନାଗୁଡା ବିଜେଡି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ସାଧାରଣ ସଂପାଦକ ଗଗନ ଆଚାର୍ଯ୍ୟ ନେତୃତ୍ୱରେ ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ଜିଲ୍ଲା ବିଜେଡ଼ି ସଭାପତି ସୁଧିର ଦାଶଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କଲ୍ୟାଣ ମଣ୍ଡପ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ଅଵସରରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲିନା ନାୟକ ବେହେରା, ଜଗଦୀଶ ନାୟକ ବେହେରା, ଜିଲ୍ଲା ଯୁବ ଉପସଭାପତି ଅମିତ ମହାରଣା,ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ, ଦାଶରଥି ଲିମା,ରାକେଶ କୁମାର ବେହେରା, ମକରଧ୍ବଜ ଧୋବା, ହୃଷିକେଶ ପାତ୍ର, ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭିରିକା,କାଳୀଦାସ ନାୟକ ବେହେରା, ସଞ୍ଜୟ ନାୟକ,ସିଙ୍କୁ ପଣ୍ଡା,ପ୍ରଶାନ୍ତ ଗୋଡ଼ ଏହି ପରି ୫୦ଜଣ ସ୍ବେଚ୍ଛାକୃତ  ରକ୍ତଦାତା ରକ୍ତ ଦାନ କରିଥିଲେ।ସେହିପରି ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୫୦ୟନିଟ ରକ୍ତ ସଂଗ୍ରହ ହୋଇଥିଲା। ସେହିପରି ୫୦ୟନିଟରୁ ଅଧିକ ସଂଗ୍ରହ ହୋଇନପାରିବାରୁ ରକ୍ତଦାତାମାନେ ଫେରିଯିବାକୁ ପଡିଥିଲା।ସେହିପରି ଏଥିରେ ବିଜୁ ଯୁବବାହିନୀ ସଦସ୍ୟ ମାନେ ମଧ୍ୟ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କରୋନାକୁ ନେଇ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବାକୁ  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ମହାବିପତ୍ତି ସମୟରେ ରକ୍ତ ଅଭାବକୁ ଯାଇ ରାୟଗଡ଼ା ଜିଲ୍ଲାବିଜୁ ଜନତା ଦଳ ପକ୍ଷରୁ ଅମ୍ବାଦଳା,ବିଷମକଟକ,ମୁନିଗୁଡା ସହ ଆଜି ରାମନାଗୁଡା ଓ ଗୁଡାରୀରେ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଜରିଆରେ ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିପାରିବ ବୋଲି ଶ୍ରୀ ଦାଶ କହିଛନ୍ତି।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.