ବାଘଛାଲ ଜବତ୍,୩ ଅଟକ ଓ ଜଣେ ଫେରାର।

0 118

ବାଙ୍ଗିରିପୋଷି,୧୮/୧୧: ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗ୍ରାମରେ କଲରାପତରିଆ ବାଘ ଚମଡ଼ା ଜବତ ସହ ୩ ଅଟକ ଓ ଅନ୍ୟ ଜଣେ ଫେରାର।

ବାଘଛାଲ ବିକ୍ରି ନେଇ ବିଶ୍ଵସ୍ତ ସୁତ୍ରରୁ ବନ ବିଭାଗ ଖବର ପାଇଥିଲା , ବାରିପଦା ବନଖଣ୍ଡ ଏବଂ ଶିମିଳିପାଳ ର ସ୍ଵତନ୍ତ୍ର ଟିମ ମିଳିତ ଭାବେ ବାଲିଖଣି ଗାଁ ରେ ଚଢ଼ାଉ କରିଥିଲେ । ଦୁଇ ବାଇକ୍ ରେ ଚାରି ବ୍ୟବସାୟୀ ଜଙ୍ଗଲରୁ ବାଘଛାଲ ବିକ୍ରି ନିମନ୍ତେ ଯାଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା ବନ ବିଭାଗ। ତିନ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଖସି ପଳାଇଛନ୍ତି,ବନ ବିଭାଗ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
ଗିରଫ ବ୍ୟକ୍ତି ମାନଙ୍କ ଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ୍ କରା ଯାଇଛି।

ତେବେ ଏହି ବାଘକୁ କେଉଁଠି ଶିକାର କରା ଯାଇଛି ଏବଂ ଶିକାର କରିଥିବା ବ୍ୟକ୍ତି କିଏ ଓ କେଉଁମାନେ, ବିକ୍ରି କରୁଥିବା ବ୍ୟକ୍ତି ଶିକାର କରିଛି ନା କେବଳ ବିକ୍ରି କରୁବାକୁ କିଣିଥିଲା ଏବଂ ଏହି ରାକେଟ ରେ କିଏ କିଏ ରହିଛନ୍ତି ସେ ନେଇ ଉଚ୍ଚ ଅଧିକାରୀ ତଦନ୍ତ କରୁଛନ୍ତି। ବାଙ୍ଗିରିପୋଷି ରେଞ୍ଜ ଅଧିକାରୀ ମହେଶ୍ୱର ସିଂ କହିଛନ୍ତି ତଦନ୍ତ ଚାଲିଛି ଅଧିକ ତଥ୍ୟ ପରେ ଜଣା ପଡିବ ।

Leave A Reply

Your email address will not be published.