ବଡ଼ ଆଳୁ ମଞ୍ଜି ଚୋରି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ , ଜଣେ କୋର୍ଟଚାଲାଣ ।

0 251

ବେଲଗୁଣ୍ଠା, ୦୯/୦୫(ପିପିଟି):ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ଗ୍ରାମରେ ସାମାନ୍ୟ ବଡ଼ ଆଳୁ ମଞ୍ଜିକୁ ନେଇ ଜଣେ ବୃଦ୍ଧଙ୍କୁ ଆକ୍ରମଣ ହୋଇଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ଝାଡ଼ବନ୍ଧ ଗ୍ରାମର ଦେବରାଜ ବେହେରା (61) । ଦେବରାଜଙ୍କ ଅଭିଯୋଗ ପ୍ରକାରେ ଝାଡ଼ବନ୍ଧ ଗ୍ରାମରେ ନାମଯଜ୍ଞ ଚାଲିଥିବା ବେଳେ ଅନ୍ନ ଯଜ୍ଞ ପାଇଁ ଉଦ୍ଦିଷ୍ଟ ରୋଷେଇ ଶାଳରୁ ସେହି ଗ୍ରାମର ଦୂରୁଜ ପ୍ରଧାନ ବଡ଼ ଆଳୁ ମଞ୍ଜିକୁ ସଂଗ୍ରହ କରି ଅନ୍ୟତ୍ର ରଖୁଥିଲା । ବୁଧବାର ଦିନ ୧୧ ଟା ସମୟରେ ନାମ ଯଜ୍ଞ ପାଇଁ ଗରମରେ କଳସ ଯାତ୍ରା ଚାଲିଥିବା ବେଳେ ବଡ଼ ଆଳୁ ମଞ୍ଜି ନେଇଯାଇଥିବା ସନ୍ଦେହରେ ଦୂରୁଜ ଦେବରାଜଙ୍କୁ ଗାଆଁ ଦାଣ୍ଡରେ ଅଶ୍ଳୀଳ ଭାଷାରେ ଗାଳି କରିଥିଲା । ଦେବରାଜ ଏହାକୁ ବିରୋଧ କରିବାରୁ ଏଥିରେ ଦୂରୁଜ ଉତ୍କ୍ଷିପ୍ତ ହୋଇ ଏକ ଧାରୁଆ ଛୁରୀ ଆଣି ଦେବରାଜଙ୍କୁ ଭୂଷି ଦେଇଥିଲା । ଏହା ସହିତ ତାଙ୍କୁ ଜୀବନରୁ ମାରି ଦେବାପାଇଁ ଧମକ ଦେଇଥିଲା । ଦୂରୁଜର ଆକ୍ରମଣରେ ଦେବରାଜ ଆହତ ହୋଇ ତଳେ ପଡ଼ିଯାଇଥିଲେ ।ହଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ଏବଂ ଦେବରାଜଙ୍କ ଭାଇ ପଞ୍ଚାନନ ବେହେରା ଦେବରାଜଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଧରାକୋଟ ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ । ଦେବରାଜଙ୍କ ଏତାଲାକୁ ଭିତ୍ତିକରି ଗାଙ୍ଗପୁର ଥାନାରେ ୩୦୨/୨୫ ରେ ଏକ ମାମଲା ରୁଜୁ କରାଯିବା ସହିତ ଘଟଣାର ତଦନ୍ତକାରୀ ଅଧିକାରୀ ଏସ୍ଆଇ ଅଜୟ କୁମାର ମଲ୍ଲିକ ଘଟଣା ସ୍ଥଳକୁ ଯାଇ ଅଭିଯୁକ୍ତ ଦୂରୁଜ ପ୍ରଧାନଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତ ଦୂରୁଜ ପ୍ରଧାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.