ଫଟୋଗ୍ରାଫର ମାନଙ୍କ ଦୟନୀୟ ସ୍ଥିତି ।

0 423

ପଦ୍ମପୁର,(ପିପିଟି ନ୍ଯୁଜ୍)୨୯/୦୫,ଲକଡାଉନ ପରଠାରୁ ଆଜିପର୍ଯନ୍ତ ଏଠାକାର ଫଟୋଗ୍ରାଫର ମାନେ ନାହିଁ ନଥିବା ଅସୁବିଧାରେ ଚଳୁଛନ୍ତି । ଠିକ୍ ବିବାହ,ବ୍ରତ ଓ ବିଭିନ୍ନ ଜାନିଯାତ୍ରା ସମୟ ରେ ଫଟୋଗ୍ରାଫର ମାନେ ଦୁଇପଇସା ରୋଜଗାର କରି ନିଜ ପରିବାର ଚଳାଇବାକୁ ସମର୍ଥ ହୋଇଥାଆନ୍ତି । ହେଲେ ଠିକ୍ ସମୟରେ କରୋନା ଘାଇଲା କଲାବେଳେ ସରକାର ବାହାଦୂର ହଠାତ ଲକଡାଉନ ଘୋଷଣା ଫଳରେ ଫଟୋଗ୍ରାଫର ମାନଙ୍କ ଦୁଃଖ ବଢ଼ିଯାଇଛି । ଅଦ୍ୟାବଧି ପର୍ଯନ୍ତ ବେପାର ସଂପୂର୍ଣ୍ଣ ଠପ୍ । ଏହାକୁ ଦୃଷ୍ଟି ରେ ରଖି ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯାଳୟରେ ରାଜ ବୋଡାସମ୍ବର ଫଟୋଗ୍ରାଫର ଆସୋସିଏସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଆର୍ଥିକ ସହାୟତା ଆଶାରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଦାବୀ ପତ୍ର ପ୍ରଦାନ ସମୟରେ ଆସୋସିଏସନ ର ସଭାପତି ସୁବାଷ ଚନ୍ଦ୍ର ଚୋପଦାର,ସଂପାଦକ ତ୍ରିବିକ୍ରମ ପ୍ରଧାନ,କୋଷାଧ୍ୟକ୍ଷ ରାଜେଶ ସାହୁ , ବରିଷ୍ଠ ଫଟୋଗ୍ରାଫର ସୁଧାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.