ପୋଲିସ ଡିଜି ଅଭୟଙ୍କ ମାଲକାନଗିରି ଗସ୍ତ ।

0 287

ମାଲକାନଗିରି,ତା:୧୩/୧୦(ପିପିଟି):ପୋଲିସ ଡିଜି ଅଭୟ ଆଜି ମାଲକାନଗିରି ଗସ୍ତ କରି ୩ ମାଓବାଦୀଙ୍କ ଯାବାନଙ୍କଗୁଳି ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିବା ଗଣ ମାଧ୍ଯମକୁ ସୂଚନା ଦେଇଥିଲେ। ଏହା ବ୍ଯତୀତ ଗୋଇନ୍ଦା ନିର୍ଦ୍ଦଶକ ଲଳିତ ଦାସ, ଗୋଇନ୍ଦା ଆଇଜି ଅମିତାଭ ଠାକୁର ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ ଏବଂ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ପ୍ରମୁଖ ମାଲକାମଗିରି ଏସପିଙ୍କ କାର୍ଯ୍ଯାଳୟରେ ପହଞ୍ଚିଥିଲେ। ପ୍ରକାଶ ଥାଉ କି,ଗତକାଲି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ ଜଙ୍ଗଲରେ ପୋଲିସ ଯବାନ ମାଓବାଦୀଙ୍କ ମଧ୍ଯରେ ଗୁଳିବିନିମୟ ହୋଇଥିଲା।ଯବାନଙ୍କରେ ଗୁଳି ବିନିମୟରେ ତିନି ଜଣ ମୋଷ୍ଟ ୱାଣ୍ଟେଡ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଏହି ମାଓବାଦୀଙ୍କ ମଧ୍ୟରେ ଦୁଇ ପୁରୁଷ ମାଓବାଦୀ ଏବଂ ଜଣେ ମହିଳା ମାଓବାଦୀରଙ୍କ ମୃତ ଶରୀର ଯବାନମାନେ ଉଦ୍ଧାର କରିଛନ୍ତି। ଏହି ମୃତ ମାଓବାଦୀ ମାନେ ହେଲେ ଏରିଆ କମିଟି ସେକ୍ରେଟାରୀ ଅନୀଲ ବା ମୁକା ସୋଡି ତାଙ୍କ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଏରିଆ କମିଟି ମେମ୍ବର ସୋନି ତାଙ୍କ ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲ ବେଳେ ଓ ଚିନା ରାଓ ଯାହା ନାମରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ସରକାର ଘୋଷଣା କରିଥିଲେ । ମୃତ ୩ ମାଓବାଦୀଙ୍କ ନାମରେ ମୋଟ ୧୦ ଲକ୍ଷ ଟଙ୍କାର ପୁରସ୍କାର ରଶି ଘୋଷଣା କରା ଯାଇଥିଲା । ଘଟଣା ସ୍ଥଳରୁ ଏସଏଲଆର, କାରବାଇନ ଭଳି ଦୁଇଟି ବନ୍ଧୁକ , ଔଷଧ , ମାଓ ପୋଷାକ , ମାଓ ପୁସ୍ତିକା , ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ବର୍ତ୍ତମାନ ମଧ୍ୟ ସେହି ନିକଟବର୍ତ୍ତୀ ଅଞ୍ଚଳରେ ତଦନ୍ତ ଚାଲିଥିବା ପୋଲିସ ଡିଜି ପ୍ରକାଶ କରିଛନ୍ତ । ଯେଉଁ ମାଓବାଦୀମାନେ ବର୍ତ୍ତମାନ ମାଓ ହିଂସାରେ ସାମିଲ ଅଛନ୍ତି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି । ଏଥି ସହ ଡଜିପି ମାଲକାନଗିରିରେ ପହଞ୍ଚି ପ୍ରଥମେ ଅପରେସନ ଯାଇଥିବା ଏସଓଜି ଏବଂ ଡଭିଏଫ୍ ଜବାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ପ୍ରଶଂସା କରିଥିଲେ ତାପରେ ମାଲକାନଗିରି ଏସପିଏବଂ ବିଏସ୍ଏଫ୍ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ରୁଦ୍ଧ କୋଠରୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ମାଓ ଦମନ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.