ପୁଣି ଚର୍ଚ୍ଚାରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ।

0 162

ପଦ୍ମପୁର,(ପିପିଟି)୩୦/୦୪ ; ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ  ଲଖମରା ଗ୍ରାମପଂଚାୟତ ଅଧିନରେ ଥିବା ଶିଶିର ଲୁହାର ପେଟପାଟଣା ପାଇଁ ଚାଲିଯାଏ ସୁଦୂର ରାୟଗଡା ଜିଲ୍ଲାର ଗୁଣୁପୁର ବ୍ଲକ, ସେଠି ଉଠାଜଳ ସେଚନ ବିଭାଗ ରେ ଦିନମଜୁରୀଆ ଭାବେ କାମକରି ଘରକୁ ମଧ୍ୟ ପଇସା ପଠାଇପାରୁଥିଲାା ହେଲେ ସାରାରାଜ୍ୟ ହଠାତ୍ ଲକଡାଉନ୍ ହେବା ଦ୍ୱାରା ସମସ୍ତ ବସ ତଥା ଗାଡିଚଳାଚଳ ବନ୍ଦ ହେବାରୁ ସେ ନିଜ ଘରକୁ ଫେରିପାରିନଥିଲାା ହଠାତ ଦିନେ ସେଠାକାର ପ୍ରଶାସନ ଓ ପୋଲିସ ମିଳିତ ଭାବେ ତା’ପାଖକୁ ଆସି ତୁ ତୋ ଗାଁ କୁ ଯା…ଏଠି ରହିପାରିବୁ ନାହିଁ ବୋଲି କହିଲେ ।ତେବେ ସେ ଆସିବ କେମିତି ?ବାଧ୍ୟହୋଇ ପୁଣି ସେଠାକାର ପ୍ରଶାସନକୁ ହାରିଗୁହାରୀ କରିବାରୁ ଏକ ପ୍ରାଇଭେଟ ବଲେରୋ ମାଧ୍ୟମରେ ରାତାରାତି ଆଣି ବରଗଡ ପ୍ରାଇଭେଟ ବସଷ୍ଟାଣ୍ଡ ରେଛାଡି ଚାଲିଯାଇଥିଲେ । ସକାଳହେଲା କରୋନା ପାଇଁ ସରକାରଙ୍କ ନିର୍ଦେଶ ଅନୁସାରେ ସମସ୍ତ ଦୋକାନ ବଜାର ବନ୍ଦ କାରଣରୁ ଶିଶିର ଭୋକ ରେ ଆଉଟୁ ପାଉଟ ହୋଇ ଯନ୍ତ୍ରଣା ସହ୍ୟ କରିନପାରି ବରଗଡ ପ୍ରଶାସନର ଦ୍ୱାରସ୍ତ ହେଲା । ହେଲେ ଏଠାକାର ରାଜକୀୟ ପ୍ରଶାସନ ତା’କଥାକୁ କଣ୍ଣପାତ କଲେ ନାହିଁ । ଶେଷ ରେ ଉପାୟ ଶୂନ୍ୟ ହୋଇ ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତି ମୁକ୍ତା ସାହୁଙ୍କୁ ଟେଲିଫୋନ ରେ ସମସ୍ତ ଦୁଃଖ ଜଣାଇଥିଲେ । ଶ୍ରୀମତି ସହୁ କାଳବିଳମ୍ବ ନକରି ସମସ୍ତ କାର୍ଯ୍ୟକୁ ପଛରେ ପକାଇ ଶିଶିର କୁ ଉଦ୍ଧାର କରିବା ସକାଶେ ବରଗଡ ଅଭିମୁଖେ ଯାତ୍ରାକଲେ । ସେଠି ପହଞ୍ଚି ଖୋଜାଖୋଜି ପରେ ବରଗଡ ସହର ର ଗାନ୍ଧୀଛକ ଠାରେ ତାକୁ ଠାବ କରିବାରେ ସକ୍ଷମ ହୋଇ ତୁରନ୍ତ ଲଖମରା ଗ୍ରାମପଂଚାୟତ ର ସରପଞ୍ଚ ଭିଷ୍ମଦେବ ଡନସନାଙ୍କ ସଂଗେ କଥାବାର୍ତ୍ତା ହୋଇ ଏକ ଅଟୋ ରିକ୍ସା ସାହାଯ୍ୟ ରେ ବରଗଡରୁ ଲଖମରା ସ୍ଥିତ କଲେଜ ଠାରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଥିଲେ  ଶ୍ରୀମତି ସାହୁ ମାନବିକତାର ପରିଚୟ ସୃଷ୍ଟି କରିପାରିଛନ୍ତି । ଅଟୋରିକ୍ସାର ଭଡା ବାବଦକୁ ଟଙ୍କାଖର୍ଚ କରିଥିଲେ ସରପଞ୍ଚ ।ଏଠି ପ୍ରଶ୍ନ ଉଠୁଛି-ରାୟଗଡା ଜିଲ୍ଲା ପ୍ରଶାସନ ଯଦି ଲୋକଟିକୁ ବରଗଡ ପଠାଇ ପାରିଲେ ତେବେ ବରଗଡ ପ୍ରଶାସନଙ୍କ ଦାୟିତ୍ୱ ରେ ଶିଶିରକୁ ଦେଇ ପ୍ରତ୍ୟାବର୍ତ୍ତନ କରିବାକଥା ହେଲେ ଏଠି..ସେଠି..ସବୁଠି ଏଭଳି ବ୍ୟତିକ୍ରମ ମାନ ଘଟିଚାଲିଛି । ଗୁହାରୀ କରିବା କାହାକୁ ?ଯଦିଓ ଶିଶିର ବରଗଡ ପ୍ରଶାସନକୁ ନେହୁରା ହୋଇ ସାହାଯ୍ୟ ମାଗିଲା ତେବେ ତାକୁ ସାହାଯ୍ୟ ନକରି ଓଲଟା ହତାଦର କରିବା କେତେଦୂର ମାନବିକତାର ପରିଚୟ ଦେଉଛି,ତାହା ଆପଣମାନେ ବିଚାର କରିବେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.