ପଦ୍ମପୁର – ଗାଇସିଲେଟ ରାସ୍ତାରେ ମଦ ଦୋକାନ ବିରୋଧ ରେ ଦାବିପତ୍ର ।

0 175

ପଦ୍ମପୁର,(ପିପିଟି ନ୍ଯୁଜ୍)୦୭/୦୪-ପଦ୍ମପୁର ନିକଟସ୍ଥ ଗାଇସିଲେଟ ରାସ୍ତା ଥିବା ମଦଭାଟି କୁ ସ୍ଥାନାନ୍ତର କରିବା ପାଇଁ  ଦାବି କରି ପଦ୍ମପୁର ଅବିକାରୀ ନିରୀକ୍ଷଙ୍କ ଜରିଆରେ ବରଗଡ଼ ଜିଲ୍ଲାପାଳଙ୍କୁ କୁଡାସିଂହା,ଗଡଭାଟି, ବୁବୁଡା  ଗ୍ରାମ ର ବ୍ଯକ୍ତିମାନେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଠିପି ଖୋଲା ବିୟର ଦୋକାନ ଦୀର୍ଘ ଦିନରୁ ଏଠାରେ ଅଛି  । ସରକାର ଙ୍କ ନିୟମ ଅନୁସାରେ ରାସ୍ତା ଠାରୁ ୧୦୦ ମିଟର ଦୂରରେ ରହିବା କଥା । ମାତ୍ର ଦୁଃଖର ବିଷୟ ଯେ ଲକ ଡାଉନ ହୋଇଥିବା ବେଳେ ଭାଟି ବନ୍ଦ ରହିବା ସତ୍ତ୍ବେ ଠିପି ଖୋଲା ବିୟର୍ ଦୋକାନ ପଛପଟୁ ବେଆଇନ୍ ଭାବରେ ଠିପି ଖୋଲା ମଦ ବିକ୍ରୟ ହେଉଛି  । କେତେକ ଅସାମାଜିକ ଲୋକ ମଦପିଇ ବୋତଲ କୁ ରାସ୍ତାରେ ଫୋପାଡି ଦେଉଛନ୍ତି । ପୁଣି ପଛ ପଟରୁ  କୁଚିଆ ମଦ ବିକ୍ରୟ ହେଉଛି । ଏଥିରେ ଅପ୍ରୀତିକର ଘଟଣା ଘଟିବା ର ଆଶଙ୍କା କରାଯାଉଛି । ଏହି ମଦ ଭାଟିକୁ ଅନ୍ଯାଯ ସ୍ଥାନକୁ ସ୍ଥାନାନ୍ତର କରାଯାଉ ବୋଲି ବରଗଡ଼ ଅବକାରୀ ସୁପରିଟେଣ୍ତ ଙ୍କୁ ପାଖକୁ ମଧ୍ୟ ଅଭିଯୋଗ ଦେଇଛନ୍ତି । ଅଭିଯୋଗ ପତ୍ର ଦେଲା ସମୟରେ ରମଣୀ ରଞ୍ଜନ ପାଣ୍ତେ,ସତ୍ଯ କୁମାର ପଟେଲ,କୁର୍ତ୍ତି ବରିହା,ଗୁଣ ସାଗର ବରିହା ,ରଣଜିତ ପଟେଲ,ପ୍ରଫୁଲ୍ଲ ବରିହା,କୌଳାସ ମେହେର ପ୍ରମୁଖ ଉପସ୍ଥିତ ଥିଲେ  ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.