ନୃତ୍ୟ ପ୍ରତିଯୋଗିତା ରେ ପ୍ରତ୍ୟୁଷା ରାଣୀ ଚାମ୍ପିଆନ୍ ।

0 357

କୋଦଳା,୦୩/୦୮(ପିପିଟି); ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ଚାଲିଥିବା ଅନ୍ ଲାଇନ୍ ନୃତ୍ୟ ପ୍ରତିଯୋଗିତା ଚାମ୍ପିଆନ୍ ରୂପେ ବିବେଚିତ ହୋଇଛନ୍ତି ସୁଶ୍ରୀ ପ୍ରତ୍ୟୁଷା ରାଣୀ ପଲେଇ । ଏଥିରେ ବିଭି୍ନ୍ନ ବିଦ୍ୟାଳୟ ର ୪୩ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରତ୍ୟୁଷା ରାଣୀଙ୍କ ଘର ଗଞ୍ଜାମ ଜିଲ୍ଲାର କୋଦଳା ନିକଟସ୍ଥ କାଳିମେଘି ଗ୍ରାମରେ । ତାଙ୍କ ପିତା ଗୌରହରି ପଲେଇ ଜଣ ଉତ୍ତମ ଶିକ୍ଷକ ସାଙ୍ଗକୁ ଚିତ୍ରକର ଏବଂ ମାତା ସ୍ମିତା ରାଣୀ ଜଣେ ଗୃହିଣୀ ସାଙ୍ଗକୁ କବୟତ୍ରୀ । ପ୍ରତ୍ୟୁଷା ରାଣୀ କବିସୂର୍ଯ୍ଯନଗର ସ୍ଥିତ ହରିହର ଶାସ୍ତ୍ରୀୟ ସଙ୍ଗୀତ ବିଦ୍ୟାଳୟ ର ଛାତ୍ରୀ ଅଟନ୍ତି । ଏହାର ଶ୍ରେୟ ସେ ତାଙ୍କର ପିତା ମାତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ର ଆୟୋଜକ ଶୁଭଶ୍ରୀ ମାନଭଞ୍ଜନ ନନ୍ଦ କରିଥିବା ବେଳେ ବିଚାରପତି ଭାବେ ପ୍ରଶାନ୍ତ କୁମାର ନନ୍ଦ, ଫାଉଣ୍ଡର ରୂପଶ୍ରୀ ରାଇରଞ୍ଜନ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.