ନିରାଡ଼ମ୍ବର ଭାବେ ରକ୍ଷାବନ୍ଧନ ପାଳିତ।

0 238

କୋଦଳା,୦୩/୦୮(ପିପିଟି); ରକ୍ଷାବନ୍ଧନ ହେଉଛି ଭାଇ ଭଉଣୀର ସ୍ନେହ ସମ୍ପର୍କର ପର୍ବ । ଶ୍ରାବଣ ମାସ ଆସିବା ମାତ୍ରେ ସମଗ୍ର ଭାରତ ରେ ରାକ୍ଷୀପୂର୍ଣ୍ଣିମାକୁ ଭାଇ ଭଉଣୀ ମାନେ ଅନାଇ ରହିଥାଆନ୍ତି । ନିଜର ଭାଇ ନ ଥିଲେ ମଧ୍ୟ ରାକ୍ଷୀର ଡୋରୀରେ ଭାଇ ଭଉଣୀର ସ୍ନେହସମ୍ପର୍କ ଯୋଡିବାର ମୌକା ମିଳୁଛି ।ଭଉଣୀ ଭାଇର ଶୁଭ ମନାସି ସ୍ନେହର ଡୋରି ଖଣ୍ଡିଏ ବାନ୍ଧିଦେବା ପରେ ଭାଇ ବି ଭଊଣୀ କୁ ଜୀବନ ସାରା ସୁରକ୍ଷା ଦେବାକୁ ସଂକଳ୍ପ ନେଇ କିଛି ଉପହାର ମଧ୍ୟ ଦିଅନ୍ତି କିନ୍ତୁ ସବୁ ବର୍ଷ ଠାରୁ ଏ ବର୍ଷ ଟିକେ ଅଲଗା ଥିଲା । ମହାମାରୀ କରୋନା ଭାଇ ଭଉଣୀଙ୍କ ସ୍ନେହ ଆଗ୍ରହକୁ ମଳିନ କରିଦେଇଛି ।ଲକ୍ ଡାଉନ , ସଟ୍ ଡାଉନ ଏବଂ କରୋନା ସଂକ୍ରମଣ ଭୟରେ ବାହାରୁ କେହି ଯିବା ଆସିବାକୁ ଇଛାକରୁନାହାନ୍ତି ।ପାଖରେ ଥିବା ଭଉଣୀ ନିଜ ଭାଇଙ୍କୁ ଯେନତେନ ପ୍ରକାରେ ପବିତ୍ର ରାକ୍ଷୀ ର ଡୋରିକୁ ବାନ୍ଧି ଶୁଭ ମନାସିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.