ନିଃସହାୟ ଅବସ୍ଥାରେ ଟଙ୍କ ସାହୁ !

0 571

ପଦ୍ମପୁର,୦୮/୦୮(ପିପିଟି);ବରଗଡ ଜିଲ୍ଲା ର ଅନେକ ସ୍ଥାନ ରେ ଅନେକ ଯନ୍ତ୍ରଣା ଦାୟକ ସମସ୍ୟା ଗୁଡିକ ଦେଖିବାକୁ ମିଳୁଛି । ଏପଟେ ଦୀର୍ଘଦିନର କରୋନାମାଡ ଚାଲିଥିବାବେଳେ ତାସହିତ ଦେଖିବାକୁ ମିଳୁଛି ବିଭିନ୍ନ ଗ୍ରାମପଞ୍ଚାୟତ ମାନଙ୍କରେ ବୁଢ଼ା ବୁଢ଼ି ମାନଙ୍କ ଯନ୍ତ୍ରଣା ଜଜ୍ଜରିତ ସମସ୍ୟା । ଏହି ଜିଲ୍ଲାର ଗାଇସିଲେଟ ବ୍ଲକର ସରଧାପାଲି ଗ୍ରାମପଞ୍ଚାୟତ ନିର୍ମାଣ କରିଥିବା ଷ୍ଟଲର ଏକ ଆବଦ୍ଧ କୋଠରୀର ଚାରିକାନ୍ଥ ଭିତରେ ବୃଦ୍ଧ ଟଙ୍କ ସାହୁ ଓ ତାର ସ୍ତ୍ରୀ ଗଣେନ ସାହୁ ଭଗବାନଙ୍କ ସାହାରା ରେ ବିତାଉଛନ୍ତି ଜୀବନ । ସ୍ତ୍ରୀ ଗଣେନ ଦିର୍ଘଦିନ ହେଲା ଖଣ୍ଡେ ଦଦରା ଖଟିଆ ରେ ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ । ତାଙ୍କୁ ସ୍ଥାନୀୟ ପ୍ରଶାସନ ସହଯୋଗର ହାତ ବଢ଼େଇଲେ ସେମାନେ ଆଉ କିଛିଦିନ ପାଇଁ ଉପକୃତ ହୋଇ ପାରନ୍ତେ ବୋଲି ଏଠାକାର ଜନସାଧାରଣ ଗାଇସିଲେଟ ବିଡିଓଙ୍କୁ ଅନୁରୋଧ କରିଛନ୍ତି । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.