ନାମକୁ ମାତ୍ର ସଟ୍ ଡାଉନ ! ଗ୍ରାମା ଅଞ୍ଚଳରେ ଏହାର ପ୍ରଭାବ ଶୂନ ।

0 1,618

ସାନଖେମୁଣ୍ଡି,(ପିପିଟି)୧୬/୦୬, କରୋନା ଭୁତାଣୁ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ସାରା ବିଶ୍ୱ ରେ ଏବେ ଯାଏଁ ଏହାର କୌଣସି ଟୀକା କିମ୍ବା ଔଷଧ ବାହାର କରିପାରିନାହାନ୍ତି ବୈଜ୍ଞାନିକ ମାନେ । ସାରା ବିଶ୍ୱ ଏବେ ଚିନ୍ତିତ ଥିବା ଜଣା ପଡିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଜୁନ ୧୪ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜିଲ୍ଲାକୁ ୧୯ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି । ଜିଲ୍ଲା ପ୍ରଶାସନ ଦିନ ରାତି ଏକ କରିଦେଇଛନ୍ତି କରୋନା ଭୁତାଣୁକୁ ରୋକିବା ପାଇଁ । ମେଡିକାଲ ଟିମ ଘର କୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । କିନ୍ତୁ ସାନଖେମୁଣ୍ଡି ବ୍ଲକ ର କିଛି ଗ୍ରାମ ରେ ଏହାର ପ୍ରଭାବ ପଡୁନି । ଆଜି ସଟଡାଉନ ସମୟ ରେ କିଛି ବାଲି ମାଫିଆ ବାଲି ନେଇ ଯିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । କିଛି ଅମାନିଆ ଲୋକ ୨ଚକିଆ ଯାନ ନେଇ ବୁଲୁଥିବାର ଦୃଶ୍ୟବି ଦେଖିବାକୁ ମିଳିଥିଲା । ପ୍ରଶାସନ ନିୟମ ଅନୁସାରେ ୨ଚକିଆ ଯାନ ରେ କେବଳ ଜଣେ ମାତ୍ର ଯିବାର ଅନୁମତି ଥିବାବେଳେ ୪ / ୪ ଜଣ ଯିବାର ଦୃଶ୍ୟବି ଦେଖିବାକୁ ମିଳିଥିଲା । ମାସ୍କ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ମାସ୍କର ବ୍ୟବହାର କେହିବିି ଠିକ ସେ କରୁନାହାନ୍ତି । ଗ୍ରାମା ଅଞ୍ଚଳ ଗୁଡିକ ରେ କେହିବି ସାମାଜିକ ଦୂରତା ରକ୍ଷା କରୁନାହାନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ଦରକାର । କରୋନା ଭଳି ମହାମାରୀକୁ ରୋକିବାକୁ ହେଲେ ପ୍ରଶାସନ ନିୟମ ମାନି ଚଳିବାକୁ ହେବ । ଆମର ପିପିଟି ନିଉସ ତରଫରୁ ମଧ୍ୟ ଅନୁରୋଧ କରାଯାଉଛି ଯେ ପ୍ରଶାସନ ନିୟମ କୁ ମାନି ଚଲନ୍ତୁ । ଘରେ ରୁହନ୍ତୁ , ସୁସ୍ଥ ରୁହନ୍ତୁ । ବାହାରକୁ ବାହାରିଲାବେଳେ ମାସ୍କ ବ୍ୟବହାର କରନ୍ତୁ । ନିୟମିତ ହାତକୁ ସନିଟାଇଜ କରନ୍ତୁ । ସରକାରଙ୍କୁ ସହଯୋଗ କରନ୍ତୁ । ବିନା କାରଣ ରେ ବାହାରକୁ ବହାରନ୍ତୁନି । ଏବେ ଆମ ଜୀବନ ଆମ ହାତରେ ।
ରିପୋର୍ଟ – ଆରତ କୁମାର ହୋତା  ।

Leave A Reply

Your email address will not be published.