ଦୋକାନ ବନ୍ଦ କରି ଭିତରେ ବ୍ୟବସାୟ , ୬ହଜାର ଜରିମାନା ଆଦାୟ ।

0 254

ଭଞ୍ଜନଗର,(ପିପିଟି)୧୬/୦୬,ଦିନକୁ ଦିନ ଗଞ୍ଜମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି।ତେଣୁ ଏହାକୁ ରୋକିବାକୁ ଜିଲ୍ଲା ପ୍ରଶାସନ ୧୯ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ କେବଳ ରାସନ, ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ଅନୁମତି ଥିବାବେଳେ ଆଜି ଭଞ୍ଜନଗର ର କିଛି ଅନ୍ୟ ବ୍ୟବସାୟୀ ବାହାର କବାଟ ବନ୍ଦ କରି ଦୋକାନ ଭିତରେ ବ୍ୟବସାୟ କରୁଥିବା ବେଳେ ଏନ ଏ ସି କର୍ମଚାରୀ ମାନେ ଚଢ଼ାଉ କରି ୨ଟି ଶାଢ଼ୀ ଦୋକାନ,ଗୋଟିଏ ଡ୍ରେସ ଦୋକାନ,ଗୋଟିଏ ଇଲେକ୍ଟ୍ରିକାଲ ଦୋକାନ ଏବଂ ଦିନ୧୨ଟା ପରେ ବ୍ୟବସାୟ କରୁଥିବା ଗୋଟିଏ ରାସନ ଦୋକାନରୁ ମୋଟ ୬ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.