ଡକାୟତ ଘଟଣାରେ ୧୧ ଜଣ ଗିରଫ,ବାଇକ୍ ଓ ମାରଣାସ୍ତ୍ର ଜବତ ।

0 706

ଶେରଗଡ,(ପିପିଟି ନ୍ଯୁଜ୍)୦୨/୦୬,୧୬ଲକ୍ଷ ୮୦ହଜାର ଡ଼କାୟତ ଘଟଣାରେ ପ୍ରଦାଫାଶ ,୧୧ଗିରଫ,୯ଟି ବାଇକ,ଖଣ୍ଡା ବନ୍ଧୁକ ଜବତବନ୍ଧାଗୁଡା କୁଲାଗଡ଼ ରାସ୍ତାରେ ଗତ ୨୮ ତାରିଖ ବଡି ଭୋରରୁ ଛେଳି ବେପାରୀଙ୍କ ଠାରୁ ହୋଇଥିବା ଡ଼କାୟତ ଘଟଣାର ପ୍ରଦାଫାଶ କରିଛି ବଡ଼ଗଡ଼ ପୋଲିସ।ଉକ୍ତ ଘଟଣାର ସମ୍ପୃକ୍ତି ଥୁବା ୧୧ଜଣଙ୍କୁ ବଡ଼ଗଡ ପୋଲିସ ଗିରଫ କରି ଆସିକା କୋର୍ଟକୁ ଚାଲାଣ କରିଛନ୍ତି।ସେମାନେ ହେଲେ ଖଣ୍ଡବନ୍ଧ ଗ୍ରାମର ଅନୀଲ ଡାକୁଆ,ଯାହାଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ଜେନା,ବଳରାମ ପୁର ଗ୍ରାମର ମିଲିକେସଁ ବେହେରା, ବାଟଶାସନର ଲଷ୍ମୀନାରାୟଣ ବେହେରା, ଜଗନାଥପୁର ଗ୍ରାମର ସୁଜିତ ବିଷୋୟୀ,ଢଉଗାଁର ରାଜେଶ୍ୱର ନାୟକ,ମଙ୍ଗଳପୁରର ଶ୍ରୀକାନ୍ତ ଗୋୖଡ, ଡାକିବଜା ଗ୍ରାମର କବି ଗୋୖଡ,ବାଳିଗୋଛା ଗ୍ରାମର ବସନ୍ତ କୁମାର ବିଷୋୟୀ, ପାଳିଗୁମୁଳ ଗ୍ରାମର ଅମର ନାଥ ମୁନି,ମେଣ୍ଟିବାଉଁଶଗ୍ରାମର ଅରୁଣ ନାୟକ ଙ୍କୁ ଗିରଫ କରି ଆସିକା କୋର୍ଟକୁ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ନଗଦ ୧୨ଲକ୍ଷ୫୯ହଜାର ୫୦୦ଟଙ୍କା ,୪ଟିବାଇକ,୮ଟିମୋବାଇଲ, ବନ୍ଧୁକ,ଖଣ୍ଡା ଜବତ କରାଯାଇଛି।ଘଟଣାର ପୃଷ୍ଠଭୂମି ହେଉଛି ଗତ ୨୮ରେ କେନ୍ଦୁପଲ୍ଲୀର ବାୟା ପାତ୍ର ବଡ଼ଗଡ଼ ଥାନାର ଦେବା ଏତାଲା ଏହିକି ଗତ ୨୭ରେ ମୁଁ ମୋର ସହଯୋଗୀ ଗଣେଶ ପାତ୍ର, ଏସ.ଭି ତ୍ରିପତି ପାତ୍ର ଭିଶାକପାଟଣା ଛେଳି ବଜାରରେ ଛେଳି ବିକ୍ରି କରି ୧୬ଲକ୍ଷ୮୦ହଜାର ଟଙ୍କା ଧରି ଇଚ୍ଛାପୁରରେ ରାତି ପ୍ରାୟ ୮ଟାରେ ପହଞ୍ଚିଲୁ  ଏବଂ ଡ଼ାକବାଜି ଗ୍ରାମର ଅଟୋ ଚାଳକ କବି ଗୋୖଡକୁ ଗିରିସଲା ଗେଟକୁ ଡାକିଲୁ।କବି ନିଜର ସହଯୋଗୀ ବସନ୍ତ କୁମାର ବିଷୋୟୀ କୁ ଧରି କିଛି ଯୋଜନା କରି ପହଁଚିଲା। ବାୟା ,ଗଣେଶ ଓ ତ୍ରିପତି ଧରି ଅଟୋ ଡ୍ରାଇଭର କବି ଓ ତାର ସହଯୋଗୀ ବସନ୍ତ  ଗିରିସଲା ରାସ୍ତାରେ ଦିଗପହଣ୍ଡି ରାସ୍ତା ହୋଇ  ପ୍ରାୟ ୧୨ଟା ବେଳକୁ ବାଦଗଡ଼ କୁଲାଗଡ଼ ରାସ୍ତାରେ ଯାଉଥିବା ବେଳେ ୮ଜଣ ଡ଼କାୟତ ଦଳ ୪ଟି ବାଇକ ରେ ଖଣ୍ଡା ଓ ବନ୍ଧୁକ,ବାଉଁଶ ଠେଙ୍ଗାରେ ଆକ୍ରମଣ କରି ସମସ୍ତ ୧୬ଲକ୍ଷ୮୦ହଜାର ଟଙ୍କା ଲୁଟି ନେଇ ବନ୍ଧାଗୁଡା ରାସ୍ତାରେ ୮ଜଣ ଯାକ ଫେରାର ହୋଇଯାଇଥିଲେ। ଏହାପରେ ବଡ଼ଗଡ଼ ଫେରି ଧରାକୋଟ  ଥାନାରେ ବାୟା ପାତ୍ର ଏତାଲା ଦେଇଥିଲେ ଗତ ୨୮ତାରିଖରେ।ଏହାକୁ ତଦନ୍ତ କରିବାକୁ ଯାଇ ଆସିକା ଏସଡିପିଓ ସୁର୍ଯ୍ୟମଣି ପ୍ରଧାନ ଦାୟିତ୍ବ ନେଇ ଆସିକା ,ଧରାକୋଟ, ବଡ଼ଗଡ଼ ,ସୋରଡାଥାନା ଅଧିକାରୀ ଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ।ଅଟୋ ଡ୍ରାଇଭର କବି ଓ ବସନ୍ତ କୁ ଡାକି ପଚାର ଉଚରା ପରେ ସମସ୍ତ ଘଟଣାର ତଥ୍ୟ ପଦାକୁ ଆସିବା ସହ ଏହି ଦୁଇଜଣଙ୍କୁ ମିଶାଇ ମୋଟ ୧୧ଜଣଙ୍କୁ ନିଜ ଗ୍ରାମ ମାନଙ୍କରୁ ଗିରଫ କରିଥିଲା ବଡ଼ଗଡ଼ ଥାନା ଓ ଧରାକୋଟ ଥାନା ପୋଲିସ।ସମସ୍ତ ଗିରଫ ବ୍ୟକ୍ତିକୁ ନେଇ ବଡ଼ଗଡ ଥାନାରେ ମଙ୍ଗଳବାର ଦିନ ଗଞ୍ଜାମ  ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରଏ ,ଆସିକା ଏସଡିପିଓ  ଓ ଚାରି ଥାନା ଅଧିକାରୀଙ୍କ ଉପସ୍ଥିତରେ ବଡ଼ଗଡ଼ ଥାନାରେ ଏହି ସୂଚନା ଦେବା ସହ ଗିରଫ ୧୧ଜଣଙ୍କୁ କୋର୍ଟକୁ ଚାଲାଣ କରିଛନ୍ତି ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.