ଠାକୁରଙ୍କ ପାଖରେ ପଖାଳ ଭୋଗ ଲାଗିଲା ।

0 180

ପଦ୍ମପୁର,ପିପିଟି ନ୍ଯୁଜ୍)୨୬/୦୪:- ସମଗ୍ର ପଶ୍ଚିମ ଓଡିଶା ଓ ନିକଟସ୍ଥ ଛତିଶଗଡ ରାଜ୍ୟ ର ଲୋଭନୀୟ ପାହାଡ ପର୍ବତଘେରା ,ପ୍ରକୃତି ର ଗନ୍ତାଘର ଗନ୍ଧମାର୍ଦନ ରକୂଳୁକୂଳୁ ଝରଣାର ପାଦ ଦେଶରେ ମହାପ୍ରଭୁ ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିରକୁ ପ୍ରତିବର୍ଷ ଭଳି ଏବର୍ଷ ଅକ୍ଷୟ ତୃତୀୟା ପର୍ବ ଅବସରରେ ମହାମାରୀ କରୋନା ଭୟ ସମେତ ଲକଡାଉନ ଫଳରେ ଭକ୍ତ ମାନଙ୍କ ସମାଗମ ହୋଇପାରିନଥିଲା ।ହେଲେ ବିଧି ଅନୁସାରେ ମହାପ୍ରଭୁ ଙ୍କ ଠାରେ ଆଜି ମଧ୍ୟାନ୍ନ ରେ ସ୍ୱାଦିଷ୍ଟ ପଖାଳ ଟଭାପତ୍ର ପକାଇ ପ୍ରସୃୁତ କରି ଠାକୁରଙ୍କ ପାଖରେ ଅର୍ପିତ କରାଯାଇଥିଲା । ପ୍ରବଳ ଗ୍ରୀଷ୍ମ ଋତୁ ର ତତଲା ପବନ ରୁ ମୁକ୍ତି ପାଇବା ପାଇଁ ମଣିଷ ସମାଜ ନାନା ପ୍ରକାର ର ବ୍ୟଂଜନ ପ୍ରସୃୁତ କରି ପଖାଳ ଭାତ ଖାଇବାକୁ ଖୁବ ଭଲ ପାଇଥାଏ । ପୌରାଣିକ ମତରେ ପୃଥିବୀ ପୃଷ୍ଟକୁ ସ୍ରଷ୍ଟା ବିଭିନ୍ନ ରୂପରେ ଧରାପୃଷ୍ଟ ରେ ଅବତୀର୍ଣ୍ଣ ହୋଇଥିଲେ । ଠିକ ସେଭଳି ମନୁଷ୍ୟ ରୂପରେ ଶ୍ରୀଶ୍ରୀ ରାମଚନ୍ଦ୍ର ଭଗବାନ ଗନ୍ଧମାର୍ଦନ ପାଦ ଦେଶରେ ମାର୍ଜାରକେଶରୀ ରୂପରେ ଅବତିର୍ଣ୍ଣ ହୋଇ ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିର ରେ ବିଦ୍ୟମାନ ହୋଇ ପୂଜା ପାଇ ଆସୁଛନ୍ତି । ଆଜି ଅପରାହ୍ନ ସମୟ ରେ ବିଧି ଅନୁଯାୟୀ ପଖାଳ ଭୋଗ ଲାଗିଲା । ତାହା ଆଜିଠାରୁ ୭ ଦିନ ଯାଏ ଠାକୁରଙ୍କ ଠାରେ ଭୋଗ ଲାଗି କରାଯାଇଥାଏ । ତାପୂର୍ବରୁ ଅପରାହ୍ନ ସମୟରେ ଫଳମୂଳ ଭୋଗ ଲାଗି ହୋଇଥିଲା ବୋଲି ମନ୍ଦିର କମିଟୀର ନିର୍ବାହି ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଠାରୁ ପ୍ରକାଶ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.