ଝାରବନ୍ଧରେ ଜୀବିକା ଓ ବ୍ୟବସାୟୀକ ବିକାଶ କାର୍ଯ୍ୟକ୍ରମ ।

0 164

ପଦ୍ମପୁର,୦୮/୦୭(ପିପିଟି);ବରଗଡ ଜିଲ୍ଲା ଝାରବନ୍ଧ ଶାସ୍ତ୍ରୀ ଯୁବକ ସଂଘ ଠାରେ ସାମାଜିକ ଭିତ୍ତିଭୂମି ବିକାଶ ସଂଗଠନ ପଦ୍ମପୁର ଏବଂ ନାବାର୍ଡର ମିଳିତ ଉଦ୍ୟମକ୍ରମେ ଜୀବିକା ଓ ବ୍ୟବସାୟିକ ବିକାଶ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜୈବିକ ପଦ୍ଧତିରେ ପନିପରିବା ଚାଷ ସମ୍ବନ୍ଧରେ ତାଲିମ ନେଇଥିଲେ । ବିକାଶ ସଂଗଠନର ସଭାପତି ସପ୍ତସିନ୍ଧୁ ବଗର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମିଶନ ଶକ୍ତିର ରବିଶଙ୍କର ନାଏକ,ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ସବ୍ୟ ସଚୀ ବିଶ୍ୱାଳ ଅତିଥିଭାବେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଆର୍ଥିକ ବିକାଶ,ଦକ୍ଷତା ବିକାଶ ଉପରେ ଆଲୋକପାତ କରିଥିଲେ ।ଜୈବିକ ପଦ୍ଧତିରେ ପନିପରିବା ଚାଷ,କମ୍ପୋଷ୍ଟ ଖତ ତିଆରି,ରାସାୟନିକ ସାରକୁ କମ ପରିମାଣରେ ବ୍ୟବହାର,ବ୍ୟାଙ୍କରୁ ସ୍ୱୟଂ ସହାୟକ ଗୋଷ୍ଠୀ ର ମାଁ ମାନଙ୍କୁ ଋଣ ପ୍ରଦାନ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ନିଆରା କାର୍ଯ୍ୟକ୍ରମରେ ଝାରବନ୍ଧର  ଅନେକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗଦାନ କରିଥିଲେ । ଶେଷରେ ସାମାଜିକ ଭିତ୍ତିଭୂମି ବିକାଶ ସଂଗଠନର ସଂଯୋଜକ ରାଜେନ୍ଦ୍ର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.