ଜଗତସିଂହପୁର ଜୋନାଲ କମିଟି ପକ୍ଷରୁ ସିପିଆଇର ୯୫ ତମ ପ୍ରତିଷ୍ଠା ଦିବସ ପାଳିତ।

0 444

ଜଗତସିଂହପୁର,୨୬/୧୨(ପିପିଟି); ଜଗତସିଂହପୁର ଜୋନାଲ କମିଟି ତରଫରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୯୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏଆଇଟିୟୁସି ଜିଲ୍ଲା ଉପସଭାପତି ସୋମନାଥ ଗିରି ଦଳୀୟ ପତାକା ଉତ୍ତୋଳନ କରିଥିଲେ । ଏଆଇଓ୍ଵାଇଏଫ୍ ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି ଲାଲ୍ ପତାକା ସଂଗୀତ ଗାନ କରିଥିଲେ । ଏହି ଉତ୍ସବରେ ଏଆଇଓ୍ଵାଇଏଫ୍ ଜିଲ୍ଲା ଆବାହକ ରୋଜାଲିନ ଦାଶ, ଜଗତସିଂହପୁର ଜୋନ୍ ଅଖିଳ ଭାରତ କୃଷକ ସଭା ସଭାପତି ନାରାୟଣ ଦାସ, ସଂପାଦକ ନଟବର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସୋମନାଥ ଗିରି ଓ ସତ୍ୟ ରଂଜନ ମହାନ୍ତି ଉପସ୍ଥିତ ସଂଗ୍ରାମୀ ସାଥୀଙ୍କୁ ଉଦ୍‌ବୋଧନ ଦେଇ ଆଗାମୀ ଦିନରେ କୃଷକ ଆନ୍ଦୋଳନ କୁ ବ୍ୟାପକ କରିବାକୁ ନିବେଦନ କରିଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି)

Leave A Reply

Your email address will not be published.