କୋଦଳା,୦୧/୦୭(ପିପିଟି); କ୍ୟାନ୍ସର ପୀଡିତଙ୍କୁ ସହଯୋଗର ହାତ ବଢ଼ାଇଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ଚିଙ୍ଗୁଡ଼ିଖୋଲ ଗ୍ରାମର ଗୋପାଳ ମୁଦୁଲି କ୍ୟାନ୍ସରରେ ପୀଡିତ ଥିବା ଖବର ପାଇଁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ତାଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ବସ୍ଥା ପଚାରି ବୁଝିବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିସହ ଆଗାମୀ ଦିନରେ ତାଙ୍କର ଉତ୍ତମ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ସହଯୋଗ କରିବା ପାଇଁ ତାଙ୍କ ପରିବାର ସହ ଆଲୋଚନା କରିଛନ୍ତି । ସୂଚନା ଅନୁଯାୟୀ ପତ୍ନୀ ଶୈଳୀ ଓ ଦୁଇ ପୁଅକୁ ନେଇ ଗୋପାଳଙ୍କ ପରିବାର । ଚାଷ କାର୍ଯ୍ୟ କରିବା ସହ ଦିନ ମଜୁରୀଆ ରୂପେ ପରିବାର ଗୋପାଳଙ୍କ ପରିବାର ଚଳେ କିନ୍ତୁ ଗୋପାଳ ବର୍ତ୍ତମାନ କ୍ୟାନ୍ସରରେ ପୀଡିତ । ଆର୍ଥିକ ସମ୍ବଳ ନଥିବାରୁ ଉତ୍ତମ ଚିକିତ୍ସା କରାଇପାରୁ ନାହାଁନ୍ତି ପରିବାର ଲୋକେ । ତେବେ ଏହି ପରିବାରକୁ ସହଯୋଗର ହାତ ବଢ଼ାଇଛନ୍ତି ବିଧାୟିକା ।ବିଧାୟିକାଙ୍କ ଏହି ଗସ୍ତ ସମୟରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ଜିଲ୍ଲା ପରିଷଦ ସଦସ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁ, ବିଜୁ ଶ୍ରମିକ ସାମୁଖ୍ୟ ଉପ ସଭାପତି ବିଜୟ କୁମାର ନାୟକ,ସରପଞ୍ଚ ଭାସ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ – ସୂର୍ଯ୍ୟନାରାୟଣ ବଡୁ ।)