ଚଢା ଦରରେ ସାର ବିକ୍ରୟ, ସ୍ଥାନୀୟ ପ୍ରଶାସନ ନିରବ ।

0 1,637

ସାନଖେମୁଣ୍ଡି,୦୬/୦୮(ପିପିଟି); ମହାମାରୀ କରୋନା ଭୁତାଣୁ ବା କୋଭିଡ଼-19 ଦୀର୍ଘ ୧୫୦ ଦିନଠୁ ଉର୍ଦ୍ଧ୍ବ ଦିନ ଧରି ତାର କାୟା ବିସ୍ତାର କରିଚାଲିଛି । ଏହାକୁ ରୋକିବାକୁ ପ୍ରଶାସନ ଦିନ ରାତି ଏକ କରିଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଗରିବ ଖଟିଖିଆ ଚାଷୀ ମାନଙ୍କ ଜୀବନ ଜୀବିକା ଉପରେ ସମ୍ପୂର୍ଣ ପ୍ରଭାବ ପଡିଛି । ଏ ଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମରେ ଦୋକାନୀ ମାନେ କଳାବଜାରୀ କରି ଚାଷ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ପିଡ଼ିଆ (ସାର) ଅତ୍ୟଧିକ ଚଢାଦରରେ ବିକ୍ରି କରୁଛନ୍ତି । ସରକାରୀ ରେଟ୍ ଠୁ ଅଧିକ ଦାମ୍ ରେ ବିକ୍ରି କରୁଛନ୍ତି । ଦିନ କୁ ଦିନ ରେଟ୍ ବଢେଇବାର ଲାଗିଛନ୍ତି ଦୋକାନୀ ମାନେ । କରୋନା ଦାଉ ସାଜୁଥିବା ବେଳେ ଏବେ ଚାଷ କାର୍ଯ୍ୟ ଦାଉ ସାଜୁଛି । ଚାଷୀ ମାନେ ବାଧ୍ୟ ହୋଇ ସାର କିଣୁଛନ୍ତି । ସ୍ଥାନୀୟ ପ୍ରଶାସନଙ୍କ ଦୃଷ୍ଟି ଏଥିରେ ପଡୁନଥିବା ଦେଖିବାକୁ ମିଳୁଛି । କିଛି ଦିନ ତଳେ ଆମେ ସୋସିଆଲ ମିଡିଆରେ ମଧ୍ୟ ଏ ବିଷୟରେ ପୋଷ୍ଟ କରିଥିଲୁ କିନ୍ତୁ ପ୍ରଶାସନ ଗରୁତ୍ବ ନେଉନଥିବା ପରିଲକ୍ଷିତ ହେଉଛି । ପ୍ରଶାସନକୁ ଅନୁରୋଧ କରୁଛୁ ନିରୀହ ଚାଷୀ ମାନଙ୍କ ଦୁଃଖକୁ ବୁଝନ୍ତୁ । ଏଭଳି ଚାଷୀ ମାନଙ୍କୁ ଜୁଲମ କରୁଥିବା ଦୋକାନୀ ମାନଙ୍କୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.