ବୌଦ୍ଧ,(ପିପିଟି)୦୭/୦୬, ଆଜି ଉତ୍କଳ ମହିଳା ସମିତି ଛତ୍ରଙ୍ଗ ଶାଖା ପକ୍ଷରୁ ମାଇକ୍ରୋଫାଇନାନ୍ସ ଭଳି ବିଭିନ୍ନ ଘରୋଇ ଆର୍ଥ ଲଗାଣକାରୀ ସଂସ୍ଥା ଯେଉଁ ଭଳିଭାବେ ଚଢାଦରରେ ସୁଧଦେଇ ସାଧାରଣ ଲୋକଙ୍କ ଜୀବନଜୀବିକାକୁ ଦୁର୍ବିସହ କରିସାରିଲେଣି ଏଣିକି ଦୃଢ ଭାବେ ମୁକାବିଲା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ସରକାର ଅଗଷ୍ଟ ମାସ ପର୍ଯ୍ୟନ୍ତ କରୋନା ଯୋଗୁଁ ସମସ୍ତ ଇଏମଆଇ ଛାଡ କରିଥିବା ବେଳେ ଘରୋଇ ଆର୍ଥିକଲଗାଣ ସଂସ୍ଥା ଗୁଡିକ ପକ୍ଷରୁ ଜୋରଜବରଦସ୍ତ ଗ୍ରାମାଞ୍ଚଳର ଲୋକଙ୍କ ଠାରୁ ଟଙ୍କା ଆଦାୟ ପାଇଁ ଜୁଲୁମ କରୁଥିବାରୁ ଆଜିର ବୈଠକ ଏହି ଘଟଣାକୁ ନିନ୍ଦା କରିବା ସହ ଆଗାମୀ ଦିନରେ ଜିଲ୍ଲାପାଳ ଏବଂ ଏସପିଙ୍କ ଦ୍ବାରସ୍ଥ ହେବାପାଇଁ ନିଷ୍ପତ୍ତି ଗ୍ରହଣ କରିଛି ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ଯୋଗଦେଇଥିବା ବେଳେ ତୁଳସା ପ୍ରଧାନ ,ସଂଯୁକ୍ତା ଦୀପ,ସୁକାନ୍ତି ପାତ୍ର ବୈଜୟନ୍ତୀ ବେହେରା ଧରଣୀ ବେହେରା ପ୍ରମୁଖଙ୍କ ନେତୃତ୍ବରେ ୫୦ ରୁ ଉର୍ଦ୍ଧ୍ବ ମହିଳା ପ୍ରତିନିଧି ଯୋଗ ଦେଇଥିଲେ ।