ଗ୍ରାମାଞ୍ଚଳର ସାପ୍ତାହିକ ହାଟ ଖୋଲିବ କେବେ ?

0 308

ପଦ୍ମପୁର,(ପିପିଟି ନ୍ଯୁଜ୍)୨୮/୦୫,ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନରେ ଥିବା ଗ୍ରାମାଞ୍ଚଳକୁ ନେଇ ସାପ୍ତାହିକ ହାଟ ଗୁଡିକ ଖୋଲିବ କେବେ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଲକଡାଉନ ପରଠାରୁ ଆଜି ପର୍ଯ୍ୟନ୍ତ ପଞ୍ଚୟତ ସ୍ତରୀୟ ସାପ୍ତାହିକ ହାଟ ଜମାରୁ ଖୋଲିନି । ନିରିହ ଗ୍ରାମାଞ୍ଚଳର ଜନସାଧାରଣ କେମିତି ଚଳୁଥିବେ ତାହା ପ୍ରଶାସନର ଦୂରଦୃଷ୍ଟିର ଅଭାବ ଭଳି ଜଣା ପଡୁଛି । କ୍ଷୁଦ୍ର ବେପାରୀଠୁ ଆରମ୍ଭ କରି ପରିବା ବେପାରୀ ତଥା ପରିବା ଚାଷି ଏକ ପ୍ରକାରର ତଳିତଳାନ୍ତ ହୋଇ ଯାଇଛନ୍ତି । ଖାଉଟୀ ମାନଙ୍କ ଅଭାବ ମେଣ୍ଟାଇବା ସକାଶେ ପଦ୍ମପୁର ସହରରେ ଦୁଇଦିନ ଛାଡିଦେଲେ ୫ ଦିନ ସ୍ଥାନୀୟ  ରାଜ ବୋଡାସମ୍ବର ହାଇସ୍କୁଲର ପ୍ରକାଣ୍ଡ ପଡିଆରେ ବସିଆସୁଛି ।ଏହା ପ୍ରଶାସନିକର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହେଲେ ଦୂରଦୃଷ୍ଟିର ଅଭାବ ହେତୁ ଗ୍ରାମୀଣ ସାପ୍ତାହିକ ହାଟ ନ ବସାଇବା କେତେ ନିନ୍ଦାର ବିଷୟ ତାହା କହିହେଉନି । ଗାଁ ଗହଳ ର ଲୋକେ ଅନେକ କଷ୍ଟ ସହ୍ୟ କରିଆସୁଛନ୍ତିା ଲକଡାଉନ ଫଳରେ ଗ୍ରାମାଞ୍ଚଳ ମାନଙ୍କ ରେ ଥିବା ତେଜରାତି ଦୋକାନୀ ମାନେ ଗ୍ରାହକ ମାନଙ୍କୁ ନିତ୍ୟବ୍ୟବହାର୍ଯ୍ଯ ସାମଗ୍ରୀ ଖରିଦ କରିବାକୁଗଲେ ଚଢ଼ାଦର ରେ କିଣି ଥାଆନ୍ତିା ଗୁହାରୀ କଲେ ଶୁଣି ନ ଶୁଣିବା ଭଳି ଅଭିନୟ କରିବା ନ୍ୟାୟ ସଂଗତ କି ? ତେଣୁ ପଦ୍ମପୁର ପ୍ରଶାସନ ଅତିଶିଘ୍ର ଗାଁ ଗହଳରେ ବସୁଥିବା ପଞ୍ଚାୟତ ସ୍ତରୀୟ ସାପ୍ତାହିକି ହାଟ ଗୁଡିକ ଖୋଲିବାସହ ସାମାଜିକ ଦୂରତା ସହ ମାକ୍ସବ୍ୟବହାର କୁ ପ୍ରାଧାନ୍ୟଦେବାକୁ ନିର୍ଦେଶ ଦେବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।

Leave A Reply

Your email address will not be published.