ଗୋପାଳପୁର ବନ୍ଦରକୁ ପରିବହନ କରୁଥିବା ଗାଡିକୁ ଆରଟିଓଙ୍କ ଚାଲଣ ପରେ ଲୁଟେରାଙ୍କ ଶୀକାର ହେଲେ ଟ୍ରକ ଚାଳକ ।

0 1,132

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୨୭/୦୪-ଶତାଧିକ ଟ୍ରକରୁ ମାତ୍ର କିଛି ଘଣ୍ଟାରେ ଛତ୍ରପୁର ଆରଟିଓ ଚାଲଣ କାଟିବାର କିଛି ମିଟର ଦୂରରେ ଚାଳକମାନେ ଲୁଟେରାଙ୍କ ଶୀକାର ହେବା ଘଟଣା ରହସ୍ୟମୟ ସୃଷ୍ଟି କରିଛି । ଘଟଣା ଘଟିଛି ଏପ୍ରିଲ୍ ୨୫ ତାରିଖ ରାତ୍ର ସମୟରେ ।ସମଗ୍ର ଦେଶରେ ଲକ୍ ଡାଉନ ରହିଛି । ମାଲ ପରିବହନ ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି ।କୋଇଡାରୁ ଲୁହା ପଥର ନେଇ ଗୋପାଳପୁର ବନ୍ଦରକୁ ଆସୁଥିବା ଶହେରୁ ଊର୍ଦ୍ଧ୍ବ ଟ୍ରକକୁ ଛତ୍ରପୁର ନିକଟସ୍ଥ ଆଇଆରଇ ଛକ ଠାରେ ଆରଟିଓ ଜୋରଜବରଦସ୍ତ ଚାଲଣ କାଟିଥିବାର କିଛି ଦୂରରେ ଲୁଟେରାମାନେ ଲୁଟ କରିବା ପରିବହନକାରୀଙ୍କୁ ଚକିତ କରିଛି ।ଏହି ଘଟଣା ଗତ ଶନିବାର ରାତି ପ୍ରାୟ ୧୨ଟା ରେ ଛତ୍ରପୁର – ଗୋପାଳପୁର ଆଇଆରଇ ରାସ୍ତାରେ ଘଟିଛି ।ଆଇଆରଇ ଛକରେ ଆରଟିଓ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଟ୍ରକକୁ ଅଟକାଇ ଗାଡି ପିଛା ୭ହଜାରରୁ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ଚାଲଣ କାଟିଥିଲେ ।ଏହା ପରେ ୨୦୦ ମିଟର ଆଗକୁ ଗାଡି ଗଡିବା ପରେ ଲୁଟେରାଙ୍କ ହାବୁଡ଼ରେ ପଡିଥିଲେ ଏବଂ ଲୁଟ୍ ର ଶୀକାର ହୋଇଥିବା କୁହାଯାଉଛି ।ଲୁହାପଥର ଚାଲଣ ହେଉଥିବା ଗାଡିରେ ଜିପିଏସ ସିଷ୍ଟମ୍ ଲାଗିଥାଏ ଏବଂ ଲୁହାପଥର ବୋଝେଇ ସମୟରେ ଓଜନ କରାଯାଇ ଗାଡି ବାହାରିବା ଓ ପହଞ୍ଚିବା ସମୟ ମଧ୍ୟ ଉଲ୍ଲେଖ ରହୁଛି   । ଅନ୍ୟପଟେ ଛତ୍ରପୁର ଆରଟିଓ ଏପରି ଚାଲଣ କାଟିବା ଓ ଲୁଟେରାଙ୍କ  ଶୀକାର ହୋଇଥିବା ପରିବହନକାରୀ ମାନେ ଆତଙ୍କିତ ହୋଇପଡିଛନ୍ତି ।ଏହି ଲୁଟ ସଂକ୍ରାନ୍ତରେ ଚମାଖଣ୍ଡି ଥାନାରେ ଟ୍ରକ ଚାଳକ ଅଭିଯୋଗ କରିଥିବା ଶୁଣିବାକୁ ମିଳିବା ପରେ ରବିବାର ଦିନ  ରାତ୍ର ସମୟରେ ଚମାଖଣ୍ଡି ଥାନା ଅଧିକାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲୁ,ସେ କହିଥିଲେ କୌଣସି ଲୁଟ୍ ତାରଜ ଘଟଣା ହୋଇ ନାହିଁ କି ଅଭିଯୋଗ ମଧ୍ୟ ହୋଇ ନାହିଁ କିନ୍ତୁ ଗତକାଲି ଆରଟିଓଙ୍କ ତରଫରୁ ଚାଲଣ କଟାଯାଉଥିଲା । ପରେ ଆରଟିଓଙ୍କୁ ଯୋଗାଯୋଗ ସମୟରେ ସେ କହିଥିଲେ ଗତକାଲିର ଘଟଣା ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା ପାଇଁ ଅଛି ପରେ ଜଣାଇବି । ଆରଟିଓ ଚାଲଣ କାଟିବାର ଠିକ୍ ଥିଲା ନା ଭୁଲ୍ ତାହା ତଦନ୍ତ ସାପେକ୍ଷ ଏବଂ ମାଲ ପରିବହନ କ୍ଷେତ୍ରରେ ନିର୍ଦ୍ଧିଷ୍ଟ ନିୟମ ପରିସର ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.