ଗଞ୍ଜାମ ଜିଲ୍ଲାରେ ଘର ଘର ବୁଲି ଡାକ୍ତରମାନେ ଚିକିତ୍ସା କରିବେ ।

0 167

ବ୍ରହ୍ମପୁର,(ପିପିଟି ନ୍ଯୁଜ୍) ୮/୪- ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ଘର ଘର ବୁଲି ଡାକ୍ତରମାନେ ଚିକିତ୍ସା କରିବେ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । କରୋନା ସତର୍କତା ଦୃଷ୍ଟିରୁ ଏହିପରି ପଦକ୍ଷେପ ନିଆଯାଇଥିବା ନେଇ ସୂଚନା ମିଳିଛି ।ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଗତକାଲି ସୁଦ୍ଧା ୨୪୪୧ ଜଣଙ୍କ ଟେଷ୍ଟ ସରିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏପ୍ରିଲ୍ ୬ ତାରିଖରେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ୩୯ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.