ଖୋଳଖାଳି ଗ୍ରାମର ମୃତ ଅଙ୍ଗନବାଡି କର୍ମୀ ପରିବାରକୁ ପ୍ରଶାସନର ସହାୟତା ।

0 305

ଭଞ୍ଜନଗର,୦୫/୦୭(ପିପିଟ);  ଗତ ୪ ତାରିଖରେ ବୁଗୁଡ଼ା ବ୍ଲକ ଖୋଳଖାଳି ଗ୍ରାମର ଅଙ୍ଗନୱାଡି  କର୍ମୀ ଭାରତୀ ସ୍ୱାଇଁଙ୍କ ମୁତ୍ୟୁ  ଖବର ଅଂଚଳ ବାସୀଙ୍କୁ ଅବାକ କରିଦେଇଛି । ଏ ଖବର ପରେ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ ଖୋଳଖାଳି ଗ୍ରାମକୁ ଯାଇ ପରିବାରକୁ ଭେଟି ୧୦  ହଜାର ଟଙ୍କା ରେଡ କ୍ରସ ପାଣ୍ଠିରୁ ସହାୟତା କରିଛନ୍ତି । ନିଜେ ଉପଜିଲ୍ଲାପାଳ ଦୁଃଖ ପ୍ରକାଶ  କରିବା ସହ ପରିବାରକୁ ସାନ୍ତ୍ବନା ଦେଇଥିଲେ ଏଵଂ କରୋନା ଯୋଦ୍ଧା ବିବେଚିତ କରିବା ସହ ଆଗକୁ  ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବୁଗୁଡ଼ା ତହସିଲଦାର ସଂଗ୍ରାମ କେଶରୀ ଜେନା, ଉପଖଣ୍ଡ ପଂଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ,  ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଉପସ୍ଥିତ ଥିଲେ ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.