କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ କୃଷି ଅଧିକାରୀ; କୁଆପଥର ମାଡ଼ରେ ଉଜାଡିଲା ପରିବା ଓ ଧାନ ଚାଷ ।

0 139

ରାମନାଗୁଡା,(ପିପିଟି)୨୯/୦୪- କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକର ବିଭିନ୍ନ ଅଞ୍ଚଳରେ କୁଆପଥର ମାଡ଼ରେ ବର୍ଷା ହୋଇ ବ୍ୟାପକ ପନିପରିବା ଚାଷ ନଷ୍ଟ ହୋଇଛି।କୁଆପଥର ମାଡ଼ରେ ଏହି ବର୍ଷାରେ ବାଇଗଣ,ଟମାଟୋ, କଞ୍ଚାଲଙ୍କା ଭେଣ୍ଡି, ଜହ୍ନି, କଦଳୀ ଭଳି ପରିବା ନଷ୍ଟ ହେବା ପରେ ଚାଷୀମାନେ ଚିନ୍ତାରେ ପଡିଛନ୍ତି।ଅନ୍ୟପଟେ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଦେବାକୁ ଚାଷୀମାନେ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।ସୂଚନା ଅନୁଯାୟୀ ରାମନାଗୁଡା ବ୍ଲକ ନିକଟସ୍ଥ କୁସୁମପଦର ସମେତ ବାଙ୍ଗି ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଥିଲା।ଏଥିଯୋଗୁଁ କାମନାଗୁଡା ଗ୍ରାମର  ବାପାନ୍ନା ଗମାଙ୍ଗ,ସୁବାଷ ଗମାଙ୍ଗ,କେଦାର ଗମାଙ୍ଗ,ନାରେଶ ଗମାଙ୍କ, କେଦାର ଗମାଙ୍ଗ ପ୍ରମୁଖ ଚାଷୀ ମାନଙ୍କ ବାଇଗଣ, ଟମାଟୋ, କଞ୍ଚାଲଙ୍କା ଭଳି ପରିବାଚାଷ ନଷ୍ଟ ହୋଇଛି।ଏଥିସହ କୁଆପଥର ମାଡ଼ରେ କୁସୁମପଦର ସମେତ ଅନ୍ୟ କିଛି ଅଞ୍ଚଳରେ ଧାନ ଝଡି ପଡିଥିବା ଚାଷୀ ଅଭିଯୋଗ କରିଛନ୍ତି।ତାମ୍ପରଗୁଡା ଗ୍ରାମର ଭାଗଚାଷୀ ବଳରାମ ବେହେରା ନିଜ କ୍ଷେତରେ ବିଭିନ୍ନ ପ୍ରକାର ପରିବାଚାଷ କରିଥିଲେ।କିନ୍ତୁ କୁଆପଥର ମାଡ଼ରେ ସମସ୍ତ ଫସଲ ନଷ୍ଟ ହୋଇଯିବାରୁ ସେ ଚିନ୍ତାରେ ପଡିଛନ୍ତି।ଏଥିସହ ଏହି ଗ୍ରାମର ଅନ୍ୟ ଜଣେ ଚାଷୀ ଙ୍କ ଟମାଟ ଆଦି ବିଭିନ୍ନ ପରିବା ଚାଷ ନଷ୍ଟ ହୋଇଯାଇଛି।ଲକ୍ ଡାଉନ୍ ଯୋଗୁଁ ପୂର୍ବ ଭଳି ପରିବା ବିକ୍ରି ହେଉନଥିବାରୁ ଚାଷୀ ଚିନ୍ତାରେ ଥିବା ବେଳେ ବର୍ତ୍ତମାନ କାଳବୈଶାଖୀ ପ୍ରଭାବରେ କୁଆପଥର ମାଡ଼ରେ ଫସଲ ନଷ୍ଟ ହେବା ପରେ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଥିବା ବେଳେ ଚାଷୀ ମୁଣ୍ଡରେ ହାତ ଦେଈ ବସିଛନ୍ତି।ବ୍ୟାପକ ପରିମାଣରେ ଫସଲ ନଷ୍ଟ ହୋଇଥିବାରୁ ଅତିରିକ୍ତ କୃଷି ଅଧିକାରୀ ସୁଜାତା ନିଶଙ୍କ କ୍ଷେତ୍ର ପରିଦର୍ଶନ କରି ତହସିଲଦାର ଓ ବ୍ଲକ କୃଷି ଅଧିକାରୀଙ୍କ ଦସ୍ତଖତରେ ଜିଲ୍ଲାପାଳଙ୍କୁ ଏକ ମିଳିତ କ୍ଷତିଗ୍ରସ୍ତ ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି।ସେହିପରି କୃଷି ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି କ୍ଷତିଗ୍ରସ୍ତ ରିପୋର୍ଟରେ କୁସୁମପଦରରେ ୧୫ଏକର,ପେଣେକାମରେ ୯ଏକର,ଝରାରେ ୮ଏକର,ତାମିଙ୍ଗରେ ୨ଏକର,ବଡ଼ବାଙ୍ଗିରେ ୧ଏକର,ଗୁମୁଡାରେ ୨ଏକର ଆଦି ସର୍ବମୋଟ ୩୭ଏକର କ୍ଷତିଗ୍ରସ୍ତ ହୋଇଥିବା ଏହି ରିପୋର୍ଟ ରେ ଦର୍ଶାଯାଇଛି।ସେହିପରି କାଳବୈଶାଖୀ ପ୍ରଭାବରେ ସୂର୍ଯ୍ୟମୁଖୀ ଭଳି ଶସ୍ୟଜାତୀୟ ଫସଲ ଯଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।କୁଆପଥର ମାଡ଼ରେ ଫସଲ ନଷ୍ଟ ହେବା ପରେ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରି ପରିବାର ଚଳାଉଥିବା ଚାଷୀ ଚିନ୍ତାରେ ପଡିଛନ୍ତି।ଅନେକ ଚାଷୀ ଋଣ କରି ଚାଷ କରିଥବାରୁ ଋଣ କିଭଳି ପରିଶୋଧ ହେବ ବୋଲି ମଧ୍ୟ କହିଛନ୍ତି।ଏ ନେଇ ପ୍ରଶାସନ ପକ୍ଷରୁ ଶ୍ରୀଘ୍ର ଆଥିର୍କ ସହାୟତା ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.