କୋଶଲି ଟେଲିଫିଲ୍ମ ‘ଛାଡଖାଇ କୁନୁଆ’ ର ଶୁଭମୁକ୍ତି ।

0 521

ଉଲୁଣ୍ଡା  ,୨୪/୧୧(ପିପିଟି): ମନୋଜ କ୍ରିଏସନ୍ ତରଫରୁ କୋଶଲି ଟେଲି ଫିଲ୍ମ” ଛାଡଖାଇ କୁନୁଆ” ର ଶୁଭମୁକ୍ତି ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ସମେତ ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଏହାର ସୁଟିଂ ହୋଇଥିବାବେଳେ ଏ ଫିଲ୍ମ ରେ ଆମ ପଶ୍ଚିମ ଓଡ଼ିଶାର ସାମାଜିକ ପାରମ୍ପରିକ ପର୍ବ ଛାଡ଼ଖାଇ ର୍ ପାଳନ, ତଥା ଆମ ସଂସ୍କୃତି କୁ ବ୍ଞ୍ଚାଇ ରଖିବା ପାଇଁ ପ୍ରାୟାସ କରାଯାଇଛି।ଏହାର ପ୍ରଯୋଜକ ଦିବ୍ୟ ମେହେର,ଲେଖକ ନିର୍ଦେଶକ ସୋନପୁରିଆ ମନୋଜ ଏବଂ ଆୟୋଜକ ଜିତେନ୍ଦ୍ର ଚାନ୍ଦ, ରଞ୍ଜିତ ମେହେର,ପ୍ରାଣବନ୍ଧୁ ଭୋଇ ଅଛନ୍ତି ।ବିଶେଷ ସହଯୋଗ କରିଛନ୍ତି କର୍ଣ୍ଣ ମହାନନ୍ଦ, ପ୍ରଶାନ୍ତ କ୍ୟାମେରା ମ୍ୟାନ ଅଜିତ ଫଟୋଗ୍ରାଫି, ରୋଶନ, ବରିଷ୍ଠ ସମ୍ବଳପୁରୀ କଳାକାର ନିର୍ମଳ ସିଂହ, ଲକ୍ଷ୍ମଣ ମେହେର୍, ସୁଭାଷ, ସୁଶାନ୍ତ, କୁର୍ପା, ଆନନ୍ଦ, ଅନିଶ, ଶ୍ରବଣ, ଭକ୍ତ, ରାକେଶ, ଅନିମା, ଳିନୁ, ପିଙ୍କି ଅଭିନୟ କରିଛନ୍ତି ।ଏହି ଫିଲ୍ମ କୁ ସମସ୍ତଙ୍କୁ ଏକ ବାର୍ତ୍ତା ଦେବ ବୋଲି ଆୟୋଜକ ଜିତେନ୍ଦ୍ର ଚାନ୍ଦ କହିଛନ୍ତି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.