ବରିଷ୍ଠ ନାଗରିକ ସଂଘର ସପ୍ତମ ବାର୍ଷିକ ଉତ୍ସବ ।

0 2

ବେଗୁନିଆପଡା,୨୦/୦୯(ପିପିଟି):ରବିବାର ପୂର୍ବାହ୍ନ ରେ କୋଦଳା ହନୁମନ୍ତ ନାରାୟଣୀ ମନ୍ଦିର ପରିସରରେ ବରିଷ୍ଠ ନାଗରିକ ସଂଘର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଏସ. ସୂର୍ଯ୍ୟନାରାୟଣ ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର, ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ମିଶ୍ର, ଶିକ୍ଷାବିତ୍ ପ୍ରଫୁଲ୍ଲ ଚନ୍ଦ୍ର ରଥ, ପୂର୍ବତନ ପ୍ରଧାନ ଶିକ୍ଷକ ଉପମନ୍ୟୁ ଶତପଥୀ, ବରିଷ୍ଠ ଆଇନଜୀବୀ କେ. ମୋହନ ରାଓ ଦୋରା ଓ ପି. ସତ୍ୟନାରାୟଣ ପାତ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବ ଅବସରରେ ସଂଘର ଦିବଙ୍ଗତ ସଦସ୍ୟମାନଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା। ସଂଘର ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର ବାର୍ଷିକ ସମ୍ପାଦକୀୟ ବିବରଣୀ ପାଠ କରି ସଂଘର ବିଭିନ୍ନ କାର୍ଯ୍ୟକଳାପ ଓ ଆଗାମୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷ ଚୈତନ୍ୟ ପ୍ରଧାନ, ଶିକ୍ଷାବିତ୍ ଜଗବନ୍ଧୁ ଭୋଳ, କେ. ଗଣପତି ପାତ୍ର, ସୁବାସ କୁମାର ସ୍ୱାଇଁ, ବିନାୟକ ଆଚାର୍ଯ୍ୟ, ସଦାନନ୍ଦ ବେହେରା, ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ସମେତ ସଂଘର ବହୁ ସଦସ୍ୟ ଓ ଅତିଥି ସଯୋଗଦେଇଥିଲେ। ବୈଠକରେ ଯୁବପିଢ଼ିଙ୍କ ମଧ୍ୟରେ ସଂସ୍କାର, ନୈତିକ ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି ନିମନ୍ତେ ‘ଯୁବ ସଂସ୍କାର’ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.