କୋଭିଡ୍ ଯୋଦ୍ଧା ଭାବେ ପୋଲିସଙ୍କୁ ସମ୍ବର୍ଦ୍ଧନା ।

0 73

ପଦ୍ମପୁର,(ପିପିଟି ନ୍ଯୁଜ୍)୨୮/୦୫, ପଦ୍ମପୁର ଉପଖଣ୍ଡ  ଅନ୍ତର୍ଗତ ଗାଇସିଲେଟ ଥାନା ପରିସରରେ ଗାଇସିଲେଟ ଥାନା ଅଧିକାରୀ ହରିବନ୍ଧୁ ଗଡତିଆ ଓ ତାଙ୍କ ଅଧିନସ୍ଥ ସହଯୋଗୀ କର୍ମଚାରୀ ମାନଙ୍କୁ ରାଇସଲପଦର ଯୁବକ ସଂଘ ତରଫରୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମ୍ବର୍ଦ୍ଧନା ଉତ୍ସବରେ ଏ ଅଞ୍ଚଳର ସମାଜସେବୀ ମୁକେଶ ସାହୁ,ସାକେତ ଶ୍ରୀଭୂଷଣ ସାହୁ,ଗାଇସିଲେଟ ୟୁଥ କ୍ଲବର ସଭାପତି ରଂଜନ ପଣ୍ଡା ଏବଂ ଘଁସିଏନ କଲେଜ ର ଅଧ୍ୟାପକ ମାଧବ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।ସରକାର ଲକ୍ ଡାଉନ ଘୋଷଣା ପରଠାରୁ ଏ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପ୍ରୟାସ ପାଇଁ ଏଠାକାର ପୋଲିସ ବିଭାଗ ଗୁରୁଦାୟିତ୍ୱ ଲିଭାଇଛନ୍ତି ।ସାଧାରଣ ଜନତା ଓ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟୋତେଣୁ ଗାଇସିଲେଟ ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସୀର ବାତାରଣ ପରିଲକ୍ଷିତ ହୋଇଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ

Leave A Reply

Your email address will not be published.