କୋଦଳା ରେ ଆସିଡିଏସର କରୋନା ସଚେତନତା ରାଲି ।

0 434

କୋଦଳା,ତା- ୧୯/୦୬(ପିପିଟି); ମହାମାରୀ କିଲ୍ଲର କରୋନାର ଭୟାବହତାକୁ ଆଖି ଆଗରେ ରଖି ବେଗୁନିଆପଡ଼ା ଶିଶୁ ବିକାଶ ପ୍ରକଳ୍ପ ତରଫରୁ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ସୁପରଭାଇଜର ମମତା ଦାଶଙ୍କ ନେତୃତ୍ବରେ କୋଦଳା ସେକ୍ଟର ର ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକା ମିଳିତ ଭାବେ କୋଦଳା ସହର ପରିକ୍ରମା କରି ମହାମାରୀ କରୋନା ମହାମାରୀ ଦାଉରୁ ନିଜକୁ , ନିଜ ପରିବାର ଏବଂ ଅନ୍ୟ ମାନଙ୍କୁ ଉଦ୍ଧାର କରିବାକୁ ନେଇ ଏକ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ । ୩୦ ରୁ ଉର୍ଦ୍ଧ୍ବ ମହିଳା ସାମାଜିକ ଦୂରତ୍ୱ ବଜାୟ ରଖି ଦଣ୍ଡେଶ୍ଵର ମହାଦେବଙ୍କ ଗେଟ ସମ୍ମୁଖ ରୁ ବାହାରି କୋଦଳା ମୁଖ୍ୟ ରାସ୍ତା ଦେଇ ପ୍ରତ୍ୟକ ସାହି ପରିକ୍ରମା କରି ମାସ୍କ ପିନ୍ଧନ୍ତୁ, ବାହାରେ ଛେପ ପକାନ୍ତୁ ନାହିଁ ,ବାରମ୍ବାର ସାବୁନ ରେ ହାତ ଧୁଅନ୍ତୁ, ଆବଶ୍ୟକ ନ ଥିଲେ ଘରୁ ବାହରନ୍ତୁ ନାହିଁ , ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ , ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ ,”କରୋନା ହାରିବ, ଆମେ ଜିତିବା”ଏମିତି ବିଭି୍ନ୍ନ ପ୍ରକାର ସ୍ଲୋଗାନ ଦେଇ ଲୋକଙ୍କୁ ପ୍ଲାକାର୍ଡ ଦେଖାଇ ସଚେତନ କରିଥିଲେ। ସିଡିପିଓ ଓ ସୁପରଭାଇଜରଙ୍କ ଏହି ଜନହିତକର କାର୍ଯ୍ୟକୁ ଗ୍ରାମବାସୀ ସାଧୁବାଦ ଜଣାଇଥିଲେ ।

Leave A Reply

Your email address will not be published.