କୋଦଳା ପୁଲିସର ସଫଳତା,ଚୋରୀ ଅଭିଯୋଗରେ ୨ ଗିରଫ,ଜଣେ ଫେରାର।

0 182

କୋଦଳା,୨୨/୧୨(ପିପିଟି): ସିରିଜ୍ ଚୋରୀ ତଥା ବାରମ୍ବାର ଚୋରୀ କରି ପୋଲିସ ଆଖିରେ ଧୂଳି ଦେଇ ବୁଲୁଥିବା ୨ କୁଖ୍ୟାତ ଚୋରକୁ ଧରିଛି କୋଦଳା ଥାନା ପୁଲିସ।ମଙ୍ଗଳବାର ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି। ଚୋରୀ କରିଥିବା ୨ ଅଭିଯୁକ୍ତ ହେଲେ ଚିଙ୍ଗୁଡ଼ିଖୋଲ ଗ୍ରାମର ବିଦେଶୀ ପାତ୍ର ଓରଫ କାକୁଳ ଓ ମାଗୁରାଣୀ ଚାଞ୍ଚରା ଗ୍ରାମର ରାଜେନ୍ଦ୍ର ପରିଡ଼ା। ବିଦେଶୀ ନାମରେ କଟକ ନରସିଂହପୁର ଥାନାରେ ୧୨ ଚୋରୀ ମାମଲା ରହିଥିବା ବେଳେ ସେ ନରସିଂହପୁର ଥାନା ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ ଥିଲା। ନରସିଂହପୁର ଥାନା ବିଦେଶୀକୁ ଗିରଫ କରିବା ପରେ କୋଦଳା ପୋଲିସ ତାକୁଆଣି ପଚାରାଉଚାରା କରି ତାଠାରୁ ସମସ୍ତ ତଥ୍ୟ ହାସଲ କରି ରାଜେନ୍ଦ୍ରକୁ ତା ନିଜ ଗ୍ରାମରୁ ଗିରଫ କରିଥିଲା । କୋଦଳା ଥାନା କୋଦଳା ବଡଦାଣ୍ଡ ସାହି ରମେଶ ଚନ୍ଦ୍ର ବାଡ଼ତ୍ୟାଙ୍କ ଘରେ ପଶି ନଗଦ ଟଙ୍କା ସହିତ ସୁନାଗହଣା ଚୋରି,ମୁଣ୍ଡୁଳା ଗ୍ରାମର ନମିତା ପୋଲେଇ ଓ ମଲ୍ଲି ନାହାକ କଂ ଘରୁ ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ।  ସେହିପରି ପି ନୂଆଁ ଗାଁ ର ଟୁନା ଜେନା ମଧ୍ୟ ତାଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଭାଲିଆଝର ରୁ ମଧ୍ୟ ନାରାୟଣ ପରିଡ଼ାଙ୍କ ଘରୁ ନଗଦ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ରହିଥିଲା। ଏ ସମସ୍ତ ଅଭିଯୋଗକାରୀ କୋଦଳା ଥାନା ଅନ୍ତର୍ଗତ ଏବଂ ଧରା ପଡିଥିବା ୨ ଅଭିଯୁକ୍ତ ଏହି ଚୋରୀ କାଣ୍ଡରେ ଥିବା ପୋଲିସ ଆଗରେ ମାନିଛନ୍ତି। ଏମାନଙ୍କ ଠାରୁ ସୁନା ଅଳଙ୍କାର (୬୦ ଗ୍ରାମ) ଓ ରୁପା ଅଳଙ୍କାର ସହିତ ନଗଦ ୩ ହଜାର ଟଙ୍କା, ଚୋରୀ ବେଳେ ବ୍ଯବହୃତ ଲୁହା ସାମଗ୍ରୀ ସାବଳ, ଗୁଡ଼ୁଖୋଳା ଓ ଲୁହାରଡ଼ କୁ ଜବତ କରିଛି ପୋଲିସ। ଏନେଇ କେଶ୍ ନମ୍ବର ୪୩୭/୨୦୨୧ ପ୍ରକାରେ ଦଫା ନମବା୪୫୭/୩୮୦ ଆଇପିସି ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଏହି ଚୋରି ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଫେରାର୍ ଥିବା ପୋଲିସ ସୂଚନା ଦେଇଛି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.