କେନ୍ଦ୍ରୀୟ ମାନବ ଅଧିକାର ସୁରକ୍ଷା ସଙ୍ଗଠନ ତରଫରୁ ସଚେତନ ଓ ମାସ୍କ ବଣ୍ଟନ ।

0 47

କୋଦଳା,(ପିପିଟି ନ୍ଯୁଜ୍)୦୮/୦୪ – : ସାରା ବିଶ୍ୱରେ କରୋନା ଭାଇରସ ର ଆତଙ୍କ ଖେଳିଯାଇଥବା ସହ ଆକ୍ରାନ୍ତ ଙ୍କ ସଂଖ୍ୟା ମଧ୍ଯ ବୃଦ୍ଧି ପାଉଥିବା ବେଳେ ବ୍ଲକ ଓ ଏନଏସି ପ୍ରଶାସନ ସବୁ ପ୍ରକାର ସଚେତନ ବ୍ୟବସ୍ଥା କରିଛି । ଆଜି ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଲୋକଙ୍କୁ ସଚେତନତା କରିବା ସହିତ ମାସ୍କ ବଣ୍ଟନ କରିଥିଲେ କେନ୍ଦ୍ରୀୟ ମାନବାଧିକାର ସୁରକ୍ଷା ସଂଗଠନ ଗଞ୍ଜାମ ଜିଲ୍ଲା ତରଫରୁ । ଏଥିରେ କେନ୍ଦ୍ରୀୟ ମାନବାଧିକାର ସୁରକ୍ଷା ସଂଗଠନ ର ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ସମେତ ସଦସ୍ୟ ପ୍ରେମ ସେନାପତି, ସୁଶାନ୍ତ ବେହେରା, ଜଗମୋହନ ଦାସ, ରବୀନ୍ଦ୍ର ପାଣିଗ୍ରାହୀ, ଅର୍ଦ୍ଧେନ୍ଦୁ ପଟ୍ଟନାୟକ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।ଶତାଧିକ ଲୋକଙ୍କୁ ମାସ୍କ ବାଣ୍ଟିବା ସହ ଜନସାଧାରଣ ଙ୍କୁ କରୋନା ର ଭୟଭୟତା ଉପରେ ସଚେତନତା କରିଥିଲେ ।

Leave A Reply

Your email address will not be published.