କଳାହାଣ୍ଡି ଜିଲ୍ଳା କର୍ଲାମୁଣ୍ତା ଚିତ୍ରଶୀଳ୍ପି ସଙ୍ଘ ସରକାରଙ୍କ ଠାରୁ ଆର୍ଥିକ ସହାୟତା ଦାବି କଲେ ।

0 215

କଳାହାଣ୍ଡି,(ପିପିଟି ନ୍ଯୁଜ୍)୧୪/୦୫,ସାରା ରାଜ୍ୟ ରେ କରୋନା ଭାଇସ୍ କାୟା ବିସ୍ତାର କରୁଥିବା ବେଳେ ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି ଚିତ୍ରକର । କାମଧନ୍ଧା ବନ୍ଦ ହୋଇଥିବାରୁ ଜୀବନ ଜିବିକା ଠପ୍  ହୋଇଯାଇଛିି ।ଏ ହେଉଛି କଳାହାଣ୍ଡି ଜିଲ୍ଳା କଳାମୁଣ୍ଡା ବ୍ଲକ ଅନ୍ତର୍ଗତ  ଯୋରାଡବରା ଛକ୍ ରେ ଚିତ୍ର ମାଧ୍ୟମରେ  ସଚେତନ କରିଛନ୍ତି ନିଜ ହାତରୁ ପଇସା ଯୋଗାଡ କରି ଓ ଭିନ୍ନ ଭିନ୍ନ ଜାଗାରେ ମଧ୍ୟ ସଚେତନା କରିଛନ୍ତି ।  କଳାମୁଣ୍ଡା ବ୍ଲକ ଚିତ୍ର ଶୀଳ୍ପି ସଂଙ୍ଘ ପକ୍ଷରୁ ସହାୟତା ଦାବି କରାଯାଇଛି । କର୍ଲାମୁଣ୍ତା  ତସହସିଲଦାର  ଓ ବିଡିଓଙ୍କୁ ଭିଡିଓ ମାଧ୍ୟମରେ ଦାବିକରି ଥିଲେ ଚିତ୍ରଶିଳ୍ପୀ ସଙ୍ଘ ।  ।ଏହି ପରିପ୍ରେକ୍ଷୀରେ ଅଲ୍ ଓଡ଼ିଶା ପେଣ୍ଟିଙ୍ଗ କଳାକାର ଓ ବିଜ୍ଞାପନ ପ୍ରସାର ଶ୍ରମିକ ସଂଘ କର୍ଲାମୁଣ୍ଡା ବ୍ଲକ୍ ଶାଖା ସଭାପତି ଜୀବର୍ଦ୍ଧନ ସାହୁ ସମ୍ପାଦକ ସୁରେଶ ସାହୁଙ୍କ ନେତୃତ୍ୱ ରେ ଚିତ୍ରଶିଳ୍ପୀ ମାନେ ଚିତ୍ରଶିଳ୍ପି ଗଣନା କରାଯିବା ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବିପତ୍ର ପ୍ରଦାନ କରିଥିଲେ । ଏହା ପରେ  ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ କାନ୍ଥ ଚିତ୍ର ଜରୀଆରେ  କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ଲେଖିଥିଲେ । ଯୋରାଡବରା ଛକର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ  ଦିଲିପ କୁମାର ବାଗ ,ସନ୍ତୋଷ ମାଝୀ, ଯଶୋବନ୍ତ ସାହୁ, ମନୋଜ ସୁନା, ଲିପୁନ୍ କୁମାର, ସୁସାନ୍ତ ପୁଟେଲ ଓ ବିପୁନ୍ କୁମାର ଏବଂ  ସେମାନେ କହିଛନ୍ତି ଯେ ଆମ ମାନଙ୍କୁ ସରକାରଙ୍କ ଆର୍ଥିକ  ସହାୟତା ମିଳିଲେ ଆମେ ଖୁସି ହେବୁ।

ରିପୋର୍ଟ – ଭିଷ୍ମ ସାହୁ ।

Leave A Reply

Your email address will not be published.