କରୋନା ଯୋଦ୍ଧା ହୋମଗାର୍ଡଙ୍କ ମୃତ୍ୟୁ ।

0 830

ଦିଗପହଣ୍ଡି,୨୪/୦୭;ଦିଗପହଣ୍ଡି ସହରର ଜଣେ କରୋନା ଯୋଦ୍ଧା ସହକାରୀ ଶିକ୍ଷକ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ହେବା ଘଟଣାର ସପ୍ତାହକ ପରେ ଆଉ ଜଣେ କରୋନା ଯୋଦ୍ଧା ହୋମଗାର୍ଡ ଙ୍କ ମୃତ୍ୟୁ ଘଟିଛି । ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ଗ୍ରାମର ଏସ. ଏ. ନରସିଂହ ଦାସ (୪୫) ସିଦ୍ଧେଶ୍ଵର ଆଦର୍ଶ ବିଦ୍ୟାଳୟ ସ୍ଥିତ କୋଭିଡ ସେଣ୍ଟର ଡ୍ୟୁଟିରେ ଥିଲେ । ଗତ ବୁଧବାର ଅତ୍ୟଧିକ ଜ୍ବରରେ ସେ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଅପରାହ୍ନ ପ୍ରାୟ ୪ ଟାରେ ପରିବାର ଲୋକେ ବ୍ରହ୍ମପୁର ବଡ଼ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ସନ୍ଧ୍ୟା ପ୍ରାୟ ସାଢେ଼ ୭ ଟାରେ ଚିକିତ୍ସାଧୀନ ଅବସ୍ଥାରେ ନରସିଂହଙ୍କ ମୃତ୍ୟୁ ଘଟିଥିଲା । ଗୁରୁବାର ସନ୍ଧ୍ୟାରେ ତାଙ୍କ ସ୍ଵାବ ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଥିଲା । ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଗୁରୁବାର ମୃତଦେହ ଜବତକରି ଥାନା ଅପମୃତ୍ୟୁ ମାମଲା ନଂ.୩୪୩/୨୦ ଅନୁଯାୟୀ ମକଦ୍ଦମା ରୁଜୁ କରିଥିବା ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି । ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁର ଠାରେ ପୋଲିସ ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କ ଉପସ୍ଥିତିରେ ସରକାରଙ୍କ କୋଭିଡ – ୧୯ ଏସ ଓ ପି ଗାଇଡ ଲାଇନ ଅନୁଯାୟୀ ରାଷ୍ଟ୍ରୀୟ ପୋଲିସ ମର୍ଯ୍ୟାଦା ସହକାରେ ମୃତଦେହର ଅନ୍ତିମ ସଂସ୍କାର କରାଯାଇଥିବା ଆଇଆଇସି କହିଛନ୍ତି । ଦିଗପହଣ୍ଡି ( ସାଇଦୀପୁ ପୂଜାରୀ )

Leave A Reply

Your email address will not be published.